ଦେଶ ବିଦେଶ

ରାଜସ୍ଥାନ : ବିଳମ୍ବିତ ରାତିରେ ଟ୍ରକ ଓ ଭ୍ୟାନ ଧକ୍କା, ୯ ମୃତ

ରାଜସ୍ଥାନର ଝାଲାୱାଡ଼ରେ ଶନିବାର ବିଳମ୍ବିତ ରାତିରେ ଏକ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।

ସୂଚନା ମୁତାବକ, ଅକଲେରା ଏନଏଚ-୫୨ ନିକଟରେ ଟ୍ରକ ଏବଂ ଭ୍ୟାନ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏମାନେ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା । ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତକଙ୍କ ମୃତଦେହକୁ ଅକଲେରା ହସପିଟାଲର ଶବଗୃହରେ ରଖାଯାଇଛି ।

ତେବେ ଉଭୟ ଭ୍ୟାନ୍ ଓ ଟ୍ରକ୍ ଦ୍ରୁତ ଗତିରେ ଯାଉଥିଲେ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ଭ୍ୟାନ୍ଟି ପୂରା ଚୁନା ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଭ୍ୟାନ୍ରୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଚାଳକକୁ ଗିରଫ କରି ଘଟଣା ବିଷୟରେ ଯାଞ୍ଚ କରୁଛି ।

ଅକଲେରା ଥାନା ଅଧିକାରୀ ସନ୍ଦୀପ ବିଷ୍ଣୋଇ କହିଛନ୍ତି ଯେ, ଅକଲେରା ନିକଟ ଡୁଙ୍ଗର ଗାଁର ବାଗ୍ରି ସମ୍ପ୍ରଦାୟର ଲୋକମାନେ ଶନିବାର ଦିନ ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବ ପାଇଁ ମଧ୍ୟପ୍ରଦେଶ ଯାଇଥିଲେ । ବିବାହରୁ ଫେରିବା ବେଳେ ଭ୍ୟାନକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା ଏବଂ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମେନପୁରୀରେ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୧୩ରୁ ଅଧିକ ଆହତ ହୋଇଥିଲେ । ଟ୍ରାକ୍ଟର ଟ୍ରଲିର ଲାଇଟ ଖରାପ ହୋଇଯିବାରୁ ରାସ୍ତା କଡରେ ଟ୍ରାକ୍ଟର ଡ୍ରାଇଭର ଏହାକୁ ସଜାଡୁଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣାଟି ଭୋର ୪.୩୦ ମିନିଟରେ ହୋଇଥିଲା । ଘଟଣା ସ୍ଥଳରେ ୪ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଥିଲେ । ତେବେ ପ୍ରଶାସନିକ ଅଧିକାରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । । ଏହାଛଡା ଆହତଙ୍କୁ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ଲୋକ ଜନପଦ କନ୍ନୋଜ ଗାଁ କୁଓ୍ଵରପୁରରେ ବାସିନ୍ଦା ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago