ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୬୩,୫୨ ପ୍ରତିଶତ ମତଦାନ

ରାଞ୍ଚି : ଆଜି ଝାଡ଼ଖଣ୍ଡରେ ଶେଷ ହୋଇଛି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ । ନକ୍ସଲ ହିଂସା ଭିତରେ କିନ୍ତୁ ସନ୍ଧ୍ୟା ସୁଦ୍ଧା ୬୩.୫୨ ପ୍ରତିଶତ ମତଦାନ ହୋଇଛି । ବିଶେଷ କରି ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍‌ ଦେବାକୁ ଆସିଥିବା ଦେଖା ଯାଇଥିଲା । ଭୋଟରଙ୍କ ପାଇଁ ମୋଟ୍‌ ୪୮୯୨ଟି ଭୋଟ୍‌ କେନ୍ଦ୍ର କରାଯାଇଥିଲା । ଏଥିରୁ ସହରାଞ୍ଚଳରେ ମାତ୍ର ୩୦୭ଟି କେନ୍ଦ୍ର ଥିବା ବେଳେ ବାକି ସବୁ ହୋଇଥିଲା ଗ୍ରାମାଞ୍ଚଳରେ ।
ଆଜି ପ୍ରଥମ ପର୍ଯ୍ୟାୟରେ ୧୩ଟି ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ମତଦାନ ପ୍ରକ୍ରିୟା ଚାଲିଥିଲା । ଗୁମଲା ଜିଲ୍ଲାର ବିଷ୍ଣୁପର ଠାରେ ମାଓବାଦୀମାନେ ବିସ୍ଫୋରଣ କରି ଏକ ପୋଲ ଉଡ଼ାଇ ଦେଇଥିବାର ସୂଚନା ମିଳିଛି । ତେବେ ରାଜ୍ୟ ଭିତରେ କାଠଭାଁ ଗଣ୍ଡଗୋଳ ବ୍ୟତୀତ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ ଭାବେ ଅଛନ୍ତି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ଏବଂ ରାଜ୍ୟ କଂଗ୍ରେସର ସଭାପତି ରାମେଶ୍ୱର ଓରାଓଁ । ରାମଚନ୍ଦ୍ର ବିଶ୍ରାମପୁର ଆସନରୁ ଏବଂ ରାମେଶ୍ୱର ଲୋହରଦାଗା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

JHARKHAND-1

ବନ୍ଧୁକ ଧରି ବୁଲିଲେ ପ୍ରାର୍ଥୀ

ତେବେ ପାଲାମୁର କୋସିୟାରା ଗାଁରେ ଗଣ୍ଡଗୋଳର ଭିଡିଓ ଆସିଛି । ଏଠାରେ କଂଗ୍ରେସ ପ୍ରାର୍ଥୀ କେ.ଏନ୍‌ ତ୍ରିପାଠୀ ବୁଥ୍‌ ଭିତରକୁ ଯାଉଥିବା ବେଳେ ତାଙ୍କୁ ବିଜେପି ପ୍ରାର୍ଥୀ ଆଲୋକ ଚୌରାସିଆଙ୍କ ସମର୍ଥକମାନେ ଅଟକାଇ ଥିଲେ । ଏହାକୁ ନେଇ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ଭିତରେ ଗଣ୍ଡଗୋଳ ହୋଇତିଲା । ଏତିକିବେଳେ କଂଗ୍ରେସ ପ୍ରାର୍ଥୀ କେଏନ୍‌ ତ୍ରିପାଠୀ ହାତରେ ବନ୍ଧୁକ ଧରି ବୁଲୁଥିବାର ଦେଖା ଯାଇଥିଲା । ଦେଖନ୍ତୁ ସେହି ଭିଡିଓ ।

You might also like