ଦୁଇ ଲୋକୋ ପାଇଲଟଙ୍କ ଉପରେ ମାଡ଼ିଗଲା ଟ୍ରେନ, ଇଞ୍ଜିନ ବଦଳାଉଥିବା ସମୟରେ ହେଲା ଦୁର୍ଘଟଣା

କେନ୍ୟୁଜ୍‌ ବ୍ୟୁରୋ: ଝାଡ଼ଖଣ୍ଡରେ ଚକ୍ରଧରପୁର ରେଲ୍‌ ଉପଖଣ୍ଡର ରାଜଖରସୁଆଁ ପାଖରେ ଟ୍ରେନରେ କଟି ଦୁଇଜଣ ଲୋକୋ ପାଇଲଟଙ୍କ ମୃତ୍ୟୁ ହୋଇଯାଇଛି । ପାଖାପାଖି ରାତି ୧୨ ବାଜି ୧୮ ମିନିଟ୍‌ ସମୟରେ ଟ୍ରେନ ଲାଇନ ଉପରେ ଓହ୍ଲାଇ ଇଞ୍ଜିନ ବଦଳାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ମୁମ୍ବାଇ-ହାଓ୍ଵଡ଼ା ମେଲ୍‌ ଏକ୍ସପ୍ରେସ୍‌ ତାଙ୍କ ଉପରେ ଚଢ଼ିଯାଇଥିଲା । ସେଠାରେ ଥିବା କର୍ମଚାରୀମାନେ ତାଙ୍କୁ ଚକ୍ରଧରପୁର ରେଲ୍‌େଓ୍ଵ ହସ୍ପିଟାଲରେ ପହଞ୍ଚାଇଥିଲେ, ତା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଏହି ଦୁଇ ଜଣ କର୍ମଚାରୀଙ୍କର ଶବକୁ ରେଲ୍‌େଓ୍ଵ ଶବ ଗୃହରେ ରଖାଯାଇଥିଲା ।

୭ ଦିନ ପୂର୍ବରୁ ବିହାରରେ ହୋଇଥିଲା ଟ୍ରେନ ଦୁର୍ଘଟଣା:
ଗତ ୧୨ ନଭେମ୍ବରରେ ବିହାରର କୈମୁର ଜିଲ୍ଲାରେ ଭବୁଆ ରୋଡ଼ ରେଲ୍‌େଓ୍ଵ ଷ୍ଟେସନରେ ପାଖରୁ ୧ କିମି ଦୂରରେ ଏକ ଟ୍ରେନ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ମେଷ ପାଳକଙ୍କ ସହିତ ୫୦ଟି ମେଷ ଟ୍ରେନରେ କଟି ଯାଇଥିଲେ । ଯେତେବେଳେ ସକାଳ ହେଲା ଲୋକମାନେ ଏହାକୁ ଦେଖିଲେ । କୁହାଯାଉଛି ମେଷ ପାଳକ ମେଷମାନଙ୍କୁ ନେଇ ଉତ୍ତରପ୍ରଦେଶର ଜୌନପୁର ରୁ ଫେରୁଥିଲା । ମୃତକର ପରିବାର ଲୋକ କହିଛନ୍ତି ମୃତକ ହେଉଛନ୍ତି ରୋହତାସ ଜିଲ୍ଲାର କରଗହର ଥାନା ଅନ୍ତର୍ଗତ ରରୁଆଁ ଗାଁର ଅଧିବାସୀ । ସେ କହିଛନ୍ତି ଉତ୍ତର ପ୍ରଦେଶର ଜୌନପୁରକୁ ମେଷ ଚରାଇବା ପାଇଁ ଯାଇଥିଲା ଏବଂ ମେଷଙ୍କୁ ଚରାଇବା ପରେ ସେ ଫେରୁଥିଲା । ସେ ସକାଳ ୪ଟା ବେଳେ ଯେତେବେଳ ଭବୁଆ ଷ୍ଟେସନ ରୋଡ଼୍‍ ପାର ହେଉଥିଲା ସେହି ସମୟରେ ଟ୍ରେନ ଆସୁଥିବାରୁ ଟ୍ରେନରେ ମୃତକ ଅବଧେଶ ଏବଂ ୫୦ଟି ମେଷ ସବୁ ଚାପି ହୋଇ ମରିଗଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.