ଆଜି ଝାଡ଼ଖଣ୍ଡ ଫ୍ଳୋର ଟେଷ୍ଟ: ଆସ୍ଥା ପରୀକ୍ଷା ଦେବେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ
ଆଜି ଝାଡ଼ଖଣ୍ଡ ଫ୍ଳୋର ଟେଷ୍ଟ । ଆସ୍ଥା ପରୀକ୍ଷା ଦେବେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ । ଗତକାଲି ହାଇଦ୍ରାବାଦରୁ ଫେରିଛନ୍ତି ଜେଏମଏମ ଓ କଂଗ୍ରେସ ବିଧାୟକ । ହେମନ୍ତ ସୋରେନଙ୍କ ଗିରଫ ପରେ ଶୁକ୍ରବାର ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପଇ ସୋରେନ ଶପଥ ନେଇଥିଲେ ।

ଝାଡ଼ଖଣ୍ଡ: ଆଜି ଝାଡ଼ଖଣ୍ଡ ଫ୍ଳୋର ଟେଷ୍ଟ । ଆସ୍ଥା ପରୀକ୍ଷା ଦେବେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ । ଗତକାଲି ହାଇଦ୍ରାବାଦରୁ ଫେରିଛନ୍ତି ଜେଏମଏମ ଓ କଂଗ୍ରେସ ବିଧାୟକ । ହେମନ୍ତ ସୋରେନଙ୍କ ଗିରଫ ପରେ ଶୁକ୍ରବାର ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପଇ ସୋରେନ ଶପଥ ନେଇଥିଲେ । ଏଥିସହ ଜେଏମଏମ ଓ କଂଗ୍ରେସର ୩୮ ଜଣ ବିଧାୟକ ହାଇଦ୍ରାବାଦର ଏକ ହୋଟେଲକୁ ସ୍ଥାନାନ୍ତର ହୋଇଥିଲେ। ଆଜି ଏମାନେ ରାଞ୍ଚି ଫେରିଛନ୍ତି ।
ଫ୍ଲୋର ଟେଷ୍ଟରେ ଭୋଟ ଦେବାକୁ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କୁ ମଧ୍ୟ ଅନୁମତି ରହିଛି। ଫ୍ଲୋର ଟେଷ୍ଟ ବେଳେ ସେ ବିଧାନସଭାରେ ଉପସ୍ଥିତ ରହିବେ । ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଗୋଟିଏ ସିଟ୍ ଖାଲି ପଡ଼ିଛି । ତେଣୁ ବହୁମତ ସାବ୍ୟସ୍ତ କରିବାକୁ ୪୧ ସଦସ୍ୟଙ୍କ ସମର୍ଥନ ଲୋଡ଼ା । ମେଣ୍ଟ ପାଖରେ ଏହା ଠାରୁ ଅଧିକ ସିଟ୍ ରହିଛି ।
ଅନ୍ୟପଟେ ଫ୍ଲୋର ଟେଷ୍ଟ ନହେବା ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ରାଜନୈତିକ ସଂକଟ ଟଳୁନି । ମେଣ୍ଟ ବିଧାୟକଙ୍କ ଭିତରୁ ଜଣେ ହେମନ୍ତ ସୋରେନଙ୍କୁ ବିରୋଧ କରୁଥିବା ବେଳେ ଆଉ ଜଣେ ଜେଏମଏମ ବିଧାୟକ ଫ୍ଲୋର ଟେଷ୍ଟକୁ ଆସି ନପାରନ୍ତି ବୋଲି ସୂଚନା ରହିଛି । ଅନ୍ୟପଟେ ଫ୍ଲୋର ଟେଷ୍ଟ ପୂର୍ବରୁ ଗତକାଲି ଝାଡ଼ଖଣ୍ଡ ବିଜେପି ବିଧାୟକ ଦଳ ବୈଠକ ବସିଥିଲା ।