ପଦ୍ମ ଧରିବେ ଚମ୍ପାଇ ସୋରେନ, ଅମିତ ଶାହଙ୍କୁ ଭେଟିବା ପରେ ମିଳିଲା Z+ ସୁରକ୍ଷା

ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ୍ ନେତା ଚମ୍ପାଇ ସୋରେନ୍ । ଆସନ୍ତା ୩୦ ତାରିଖରେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା । ଚମ୍ପାଇ ସୋରେନ ଅମିତ ଶାହଙ୍କ ସହିତ ସାକ୍ଷାତ କରିବା ପରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ଚମ୍ପାଇ ସୋରେନଙ୍କୁ Z+ ସୁରକ୍ଷା ଦିଆଯାଇଛି । ଦିଲ୍ଲୀରୁ ରାଞ୍ଚି ପହଞ୍ଚିବା ପରେ ତାଙ୍କୁ Z+ ସୁରକ୍ଷା ମିଳିବ ।

ଝାଡ଼ଖଣ୍ଡର ଆଦିବାସୀ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ । ଚମ୍ପାଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଆସନ୍ତା ୩୦ ତାରିଖରେ ରାଞ୍ଚିରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଚମ୍ପାଇଙ୍କ ସମେତ ଜେଏମଏମରେ ଅନେକ ବଡ଼ ନେତା ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ । ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ । ଏହାପରେ ଜେଏମଏମରେ ବିବାଦ ଦେଖାଦେଇଥିଲା ।

ହେମନ୍ତ ସୋରେନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚମ୍ପାଇ ସୋରେନଙ୍କୁ ଯେଉଁଭଳି ଭାବେ ପଦରୁ ହଟାଗଲା, ସେଥିେରେ ଖୁସି ନଥିଲେ ଚମ୍ପାଇ ସୋରେନ । ଇଡି ହେମନ୍ତ ସୋରେନଙ୍କ ଗିରଫ କରିବା ପରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like