ଝାଡ଼ଖଣ୍ଡରେ ମାଓ ହମଲା : ୬ ଯବାନ ସହିଦ୍, ୫ ଆହତ

ଝାଡଖଣ୍ଡ : ପୁଣି ଘଟିଛି ଏକ ବଡ଼ ଧରଣର ମାଓବାଦୀ ହମଲା। ଝାଡଖଣ୍ଡ ଲତେହାରରେ ମାଓବାଦୀମାନେ ପୋଲିସ ଟିମ୍ ଉପରେ ବଡ ଧରଣର ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ଯବାନ ସହିଦ ହୋଇଥିବାବେଳେ ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ଲତେହାର ଜିଲ୍ଲାର ବୁଢା ପାହାଡ ନିକଟରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ବିସ୍ଫୋରଣ ପରେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଝାଡଖଣ୍ଡ ପୋଲିସର ୬ ଜଣ ଜାଗୁଆର ଯବାନ ସହିଦ ହୋଇଥିଲେ । ଆକ୍ରମଣ ପରେ ଯବାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି ମାଓବାଦୀ ।

ପୋଲିସ ଆସିବା ଖବର ପାଇ ପୂର୍ବରୁ ମାଓବାଦୀମାନେ ବୁଢା ପାହାଡ ନିକଟରେ ଆମ୍ବୁସ ବିଛାଇଥିଲେ । ବିସ୍ଫୋରଣ ପରେ ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି । ୨୦୧୬ ଜାନୁଆରୀ ୨୭ ପରେ ଝାଡଖଣ୍ଡରେ ଏହା ସବୁଠାରୁ ବଡ ମାଓ ଆକ୍ରମଣ । ଏଥିରେ ୭ଜଣ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.