”ମୋବାଇଲ ବ୍ୟାଙ୍କ” ସାହାଯ୍ୟରେ ଅନଲାଇନ କ୍ଲାସ ପାଇଁ ଗରିବ ପିଲାଙ୍କୁ ଦିଆଯିବ ମାଗଣା ସ୍ମାର୍ଟଫୋନ

କରୋନା କାଳରେ ସବୁକିଛି ଠପ୍‌ ପଡିଥିବା ବେଳେ ପିଲାଙ୍କ ପାଠପଢ଼ା ମଧ୍ୟ ବାଧା ପ୍ରାପ୍ତ ହେଉଛି। ସରକାର ପିଲାଙ୍କ ପାଠପଢ଼ା ପାଇଁ ଯଥା ସମ୍ଭବ ନୀତି ଆପଣାଉଛନ୍ତି। କରୋନାରେ ପିଲାଙ୍କ କୋର୍ସ ସାରିବା ପାଇଁ ଏବେ ସ୍ମାର୍ଟଫୋନର ଗୁରୁତ୍ୱ ବେଶ ବଢ଼ିଯାଇଛି। ଡିଜିଟାଲ ଯୁଗରେ ସ୍ମାର୍ଟଫୋନରେ ପାଠପଢ଼ା ଅନେକ ମାତ୍ରାରେ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରୁଛି।

କରୋନାରେ କେବଳ ପାଠପଢ଼ା ନୁହେଁ ବରଂ ଆର୍ଥିକ ସ୍ଥିତିରେ ମଧ୍ୟ ଅନେକ ବାଧା ଉପୁଜିଛି। ଏଥିପାଇଁ କିଛି ପିଲାଙ୍କ ପାଖରେ ସ୍ମାର୍ଟଫୋନକୁ ନେଇ ଅନେକ ସମସ୍ୟା ଦେଖାଯାଉଛି। ଗରିବ ପିଲାଙ୍କର ଏହି ସମସ୍ୟା ପାଇଁ ପାଠପଢ଼ା ଠିକ ଭାବେ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ପୋଲିସ ଏକ ନୂଆ ଉପାୟ ବାହାର କରିଛନ୍ତି।

ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡରେ ”ମୋବାଇଲ ବ୍ୟାଙ୍କ” ତିଆରି ହେବାକୁ ଯାଉଛି। ଅନଲାଇନ ପାଠପଢ଼ାରେ ଅସୁବିଧା ହେଉଥିବା କାରଣରୁ ରାଜ୍ୟରେ ଥିବା ସମସ୍ତ ଥାନାରେ ମୋବାଇଲ ବ୍ୟାଙ୍କ ତିଆରି ହେବ। ଏହି ବ୍ୟାଙ୍କରେ ପରସ୍ପରର ସହଯୋଗରେ ନୂଆ ଏବଂ ପୁରୁଣା ମୋବାଇଲ ଏକାଠି କରାଯିବ। ଏଥିପାଇଁ ଜାମସେଦପୁରରେ ୬ ଦିନରେ ମୋଟ ୨୦୦ ସ୍ମାର୍ଟଫୋନ ଜମା କରାଗଲାଣି। ଏହାସହ ଲାପଟପର ମଧ୍ୟ ବନ୍ଦୋବସ୍ତ କରାଯାଉଛି।

କରୋନାରେ ଗରିବ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଅନଲାଇନ କ୍ଲାସ ପାଇଁ ତାଙ୍କୁ ଫୋନ ଏବଂ ଲାପଟପ ବଣ୍ଟାଯିବ। ଏହାକୁ ନେଇ ଅନେକ ଲୋକ ତଥା ସମାଜିକ ଅନୁଷ୍ଠାନ ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି। ଏଥିପାଇଁ ବିଷ୍ଟୁପୁର ଥାନାରେ ମୁସଲିମ ସମ୍ପ୍ରଦାୟ ତରଫରୁ ୨୦ଟି ସ୍ମାର୍ଟଫୋନ ଦିଆଯାଇଛି। ଅନ୍ୟକିଛି ଜଣ ପୁରୁଣା ଫୋନ ମଧ୍ୟ ଦେଉଛନ୍ତି। ପ୍ରଶାସନ ପକ୍ଷରୁ ପୁରୁଣା ଫୋନର EMI ନମ୍ବର ସେଭ୍‌ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.