ଉତ୍ତର ବୁର୍କିନାରେ ଜିହାଦିଙ୍କ ତାଣ୍ଡବଲୀଳା, ବିରାଟ ଧରଣର ଆକ୍ରମଣରେ ନେଇଗଲେ ୧୮ ଜଣଙ୍କ ଜୀବନ

ଉତ୍ତର ବୁର୍କିନାରେ ସନ୍ଦିଗ୍ଧ  ଜିହଦିଆ ଆକ୍ରମଣରେ  ୧୮ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବାର  ଖବର ମିଳିଛି। ଏକ ସୁରକ୍ଷା ସୂତ୍ର ମୁତାବକ  ସେନାର କ୍ୟାମ୍ପ ଶେଷ ଅଞ୍ଚଳର ଲାମଦାମେଲ ଗାଁରେ ଶନିବାର ଦିନ ମୋଟର ସାଇକେଲରେ ଆସିଥିବା ସଶସ୍ତ୍ର ଆକ୍ରମଣକାରୀ ସ୍ଥାନୀୟ ବାସିନ୍ଦାଙ୍କୁ ହତ୍ୟା କରିଥିଲେ। ଦେଶର ଉତ୍ତରରେ ଏକ ସପ୍ତାହ ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣ ହୋଇଛି। ଏହା ପୂର୍ବରୁ ସୋମ ପ୍ରାନ୍ତରେ  ୨୫ ଜାନୁଆରୀରେ ହୋଇଥିବା ଆକ୍ରମଣରେ ୩୯ ନାଗରିକ ମୃତ୍ୟୁବରଣ କରିଥିଲେ ।

ଡୋରୀ ସହରର ଜଣେ ସ୍ଥlନୀୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ ଅଧିକତମ ନର୍ସ ମଧ୍ୟ ସାମିଲ  ଅଛନ୍ତି ଯେଉଁମାନେ ଲାମଦାମେଲ ଗାଁରେ ରହୁଥିଲେ। ଆକ୍ରମଣ ପରେ ଲାମଦାମେଲ ଗାଁ ଏହାର ଆଖପାଖ ଗାଁର ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି ଓ ସେହି ଅଞ୍ଚଳ ଛାଡି ଦେଉଛନ୍ତି। କର୍ଣ୍ଣଲ ସାଲଫୋ କାବେରେ ରବିବାର ଦିନ କହିଛନ୍ତି ଯେ ସୁରକ୍ଷା ବଳ ନର୍ସମାନଙ୍କ  ଶବ ଗୁଡିକୁ ଧରି ଆସିଥିଲେ ଯାହା ଫଳରେ ସେଗୁଡିକ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇପାରିବ।

ସେ  କହିଛନ୍ତି ଯେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କରାଯାଇଛି ଯାହାଫଳରେ ପୀଡିତଙ୍କର ମଧ୍ୟ ଅନ୍ତିମ ସଂସ୍କାର କରାଯାଇପାରିବ ଅନ୍ୟଜଣେ ସୁରକ୍ଷାକର୍ମୀ କହିଛନ୍ତି ଯେ ଜିହାଦିମାନେ ସ୍ଥାନୀୟ ଲୋକମାନଙ୍କୁ କିଛି ଦିନ ପୂର୍ବରୁ ଅଞ୍ଚଳ ଖାଲି କରିବାକୁ କହିଥିଲେ। ଯେତେବେଳେ ଜିହାଦିମାନଙ୍କ କଥାକୁ ଗ୍ରାମବାସୀମାନେ ଶୁଣିନଥିଲେ  ସେତେବେଳେ ଜିହାଦିମାନେ ଏହି କାଣ୍ଡ ଘଟାଇଥିଲେ।  ବୁର୍କାନି ଫାସୋ ମାଲି ଓ ନାଇଜରର ସୀମାରେ ଅବସ୍ଥିତ। ଉଭୟ ଦେଶ ଏହି  ଜିହାଦିମାନଙ୍କ ଆକ୍ରମଣରେ ଅତିଷ୍ଠ ହୋଇ ଅଛନ୍ତି ।

KNews Bureau

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

35 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

37 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

41 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

46 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

49 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

1 hour ago