ଜେକେ ନିର୍ବାଚନ, ଇସ୍ତଫା ଦେଲେ ସାମ୍ବା ଜିଲ୍ଲା ସଭାପତି କାଶ୍ମିରା ସିଂ

ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପୁର୍ବରୁ ବିଜେପିରେ ଏକ ବଡ ପରିବର୍ତନ ଦେଖିବାକୁ ମିଳିଛି । ସାମ୍ବା ଜିଲ୍ଲା ସଭାପତି କାଶ୍ମୀରା ସିଂ ଦଳରୁ ଇସ୍ତଫା ଦେଇଛନ୍ତି । ଟିକେଟ ନ ପାଇବା ଯୋଗୁଁ ସେ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ସହିତ କାଶ୍ମୀର ସୁରଜିତ ସିଂ ସ୍ଲାଥିଆଙ୍କ ଟିକେଟ ବିରୋଧ କରିଛି । କାରଣ ଦଳ ଜାତୀୟ ସମ୍ମୀଳନୀରୁ ଆସିଥିବା ସୁରଜିତ ସିଂ ସ୍ଲାଥିଆଙ୍କୁ ଟିକେଟ ଦେଇଥିଲା । ପୁର୍ବରୁ ସେ ନ୍ୟାସନାଲ କନଫରେନ୍ସରେ ଥିବା ସହ ମନ୍ତ୍ରୀ ଥିଲେ ।
ଗତ ୪୦ ବର୍ଷ ଧରି ସେ ବିଜେପି ସହ ସଂଶ୍ଲିଷ୍ଟ ଥିଲେ । ଲୋକଙ୍କ ପାଇଁ ସେ ନିରବିଛିନ୍ନ ଭାବରେ କାମ ସେବା କରିଆସୁଥିଲେ । କିନ୍ତୁ ବିଜେପି ପକ୍ଷରୁ ଟିକେଟ ବଣ୍ଟନରେ ତାଙ୍କୁ ଗୁରୁତ୍ୱ ଦିଆଯାଇନଥିଲା । ବାହାର ଲୋକଙ୍କୁ ଟିକେଟ ମିଳିଥିଲା । ଯେଉଁମାନେ ଦଳକୁ ବିରୋଧ କରିଥିଲେ ସେହି ମାନଙ୍କୁ ଗୁରୁତ୍ୱ ଓ ଦଳ ଅଗ୍ରାଧୀକାର ଦେଇଛନ୍ତି । ମତେ ଟିକେଟ୍ ଦେବା ପରିବର୍ତ୍ତେ ଦଳ ତାଙ୍କୁ ଟିକେଟ ଦେଲା ଯାହାକୁ ମୁଁ ସର୍ବଦା ବିରୋଧ କରୁଥିଲି ।