ଅଶାନ୍ତ LoC ସୁରକ୍ଷା ପଦକ୍ଷେପ ବଢ଼ିଲା, ନିର୍ମାଣ ହେଉଛି ନୂଆ ବଙ୍କର

ପହଲଗାମରେ ୨୬ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଅତି ବର୍ବରତାର ସହ ଗୁଳିକରି ହତ୍ୟା କରିବା ଏବଂ ଅନେକ ପର୍ଯ୍ୟଟକ ଗୁଳିମାଡ଼ରେ ଆହତ ହେବା ଘଟଣା ଭାରତ-ପାକ୍ ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇଛି । ଶୁକ୍ରବାର ରାତିରୁ ଜମ୍ମୁ ଅଞ୍ଚଳର ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଗୁଳିବର୍ଷା ଜାରି ରହିଥିବାରୁ ଏବେ ସୀମାବର୍ତ୍ତୀ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେନା ଓ ପ୍ରଶାସନ ପକ୍ଷରୁ ଅନେକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ।
ଗ୍ରାମବାସୀମାନଙ୍କ ପାଇଁ ପୂର୍ବରୁ ରହିଥିବା ଭୂତଳ ବଙ୍କର ସଫା କରାଯିବା ସହ ନୂଆ ବଙ୍କର ନିର୍ମାଣ ମଧ୍ୟ ହେଉଛି । ବଡ଼ ଆକ୍ରମଣ ସ୍ଥିତିରେ ତତ୍କାଳ ସତର୍କତା ପଦକ୍ଷେପ ନେବାକୁ ଲୋକଙ୍କୁ ସଚେତନ କରାଯାଇଛି । ପାକିସ୍ତାନୀ ସୈନିକଙ୍କ ଗୁଳିମାଡ଼ରୁ ସୀମାନ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବହୁ ସଂଖ୍ୟାରେ ଭୂତଳ ସୁରକ୍ଷିତ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି ।
୨୦୨୧ ପରଠାରୁ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା କମ ରହିଥିବା ବେଳେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୀମାବାସିନ୍ଦାଙ୍କ ମଧ୍ୟରେ ନିରାପତ୍ତା ଚିନ୍ତା ବଢ଼ିଯାଇଛି। ଆଗକୁ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହା କେହି ଜାଣନ୍ତି ନାହିଁ ।
Also read: ଜମ୍ମୁ-କାଶ୍ମୀର: LoCରେ ଭାରତୀୟ ସେନାକୁ ବଡ଼ ସଫଳତା, ୭ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ