ମା’ଙ୍କୁ ଗିଫ୍ଟ ଦେବା ପାଇଁ ୧୨ ବର୍ଷ ଧରି ଜମା କରିଆସୁଥିଲେ ଟଙ୍କା ଓ ସେହି ପଇସାରେ ଦେଲେ ଏଭଳି ଉପହାର

ପିଲାଦିନେ କୁମ୍ପିରେ ପଇସା ରଖିବାର ସଉକ ପ୍ରାୟ ସମସ୍ତଙ୍କୁ ରହିଥାଏ । କିନ୍ତୁ କିଛିଦିନ ପରେ ଏହା ଦେଖିବାକୁ ମିଳେନାହିଁ କାରଣ ଧୀରେ ଧୀରେ ବଡ଼ ହେବା ପରେ ଆମେ କୁମ୍ପିକୁ ଭୁଲିଯାଇଥାଉ । କିନ୍ତୁ ଏଠାରେ ଘଟିଛି ଏକ ଅଜବ ଘଟଣା । ପୁଅଟିଏ ନିଜ ମାକୁ ଉପହାର ଦେବାପାଇଁ ଦୀର୍ଘ ୧୨ ବର୍ଷ ଧରି କୁମ୍ପିରେ ଜମା କରୁଥିଲେ ଟଙ୍କା । ଆଜ୍ଞା ହଁ ୧୭ ବର୍ଷୀୟ ରାମ ସିଂ ୧୨ ବର୍ଷ ଧରି ପଇସା ଜମା କରିଆସୁଥିଲେ ଯାହାଦ୍ୱାରା ସେ ନିଜ ମା ଙ୍କ ଜନ୍ମ ଦିନରେ ତାଙ୍କୁ କିଛି ଉପହାର ଦେଇପାରିବେ । ରାମ ସିଂ ସମୁଦାୟ ୧୩,୫୦୦ ଟଙ୍କା ଜମା କରିଥିଲେ ସେ ପୁଣି କେବଳ କଏନ । ଯାହାର ଓଜନ ଥିଲା ୩୫ କିଲୋ । ବାସ ଶେଷରେ ଏହି ସମ୍ପୂର୍ଣ ମୁଦ୍ରା ଦ୍ୱାରା ସେ ନିଜ ମାଙ୍କ ପାଇଁ ଏକ ଉପହାର କିଣିବାରେ ସକ୍ଷମ ହୋଇଛନ୍ତି ।
ଏହାସହ ପଢନ୍ତୁ ୬୧ ବର୍ଷୀୟ ବ୍ୟକ୍ତି ଚୋରିକଲେ ୧୫୯ଟି ସାଇକେଲ ସିଟ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ସୂଚନା ଅନୁଯାୟୀ ରାମ ସିଂଙ୍କ ଘରେ ଥିବା ଫ୍ରିଜଟି ବହୁତ ପୁରୁଣା ଥିଲା ଏବଂ ତାଙ୍କ ମା ପ୍ରତିଦିନ ଫ୍ରିଜ କିଣିବା କଥା କହୁଥିଲେ । ଏହାପରେ ରାମ ସିଂ ତାଙ୍କ ମା ଙ୍କୁ ଏକ ଫ୍ରିଜ ଉପହାରରେ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ । ଯେତେବେଳେ ରାମ ସିଂ ଖବର କାଗଜରେ ଫ୍ରିଜର ବିଜ୍ଞାପନ ଦେଖିଲେ ସଙ୍ଗେସଙ୍ଗେ ସେ ଶୋରୁମକୁ କଲ କରି କହିଥିଲେ ଯେ ସେ ନିଜ ମାଙ୍କ ଜନ୍ମଦିନରେ ତାଙ୍କୁ ଏକ ଫ୍ରିଜ ଗିଫ୍ଟ କରିବାକୁ ଚାଁହୁଛନ୍ତି କିନ୍ତୁ ସେ ଫ୍ରିଜର ସମ୍ପୂର୍ଣ୍ଣ ପଇସା କଏନ ଆକାରରେ ଦେବେ । କିଛି ସମୟ ଭାବିବା ପରେ ଶୋରୁମର ମାଲିକ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ।
ଏହାପରେ ରାମ ସିଂ ୧୩,୫୦୦ ଟଙ୍କା ବା ପାଖାପାଖି ୩୫ କିଲୋ ଓଜନର କଏନ ଧରି ଶୋରୁମରେ ପହଞ୍ଚି ଯାଇଥିଲେ । ଏହି କଏନଗୁଡିକ ମଧ୍ୟରେ ଟଙ୍କିକିଆ, ଦୁଇଟଙ୍କିଆ, ପାଞ୍ଚ ଓ ଦଶ ଟଙ୍କିଆ କଏନ ମଧ୍ୟ ରହିଥିଲା । ଯାହାକୁ ଗଣିବା ପାଇଁ କର୍ମଚାରୀ ମାନଙ୍କୁ ପ୍ରାୟ ୪ ଘଣ୍ଟା ଲାଗିଯାଇଥିଲା । ତେବେ ସମ୍ପୂର୍ଣ୍ଣ ଗଣି ସାରିବା ପରେ ଦୁଇ ହଜାର ଟଙ୍କା କମ ବାହାରିଥିଲା କିନ୍ତୁ ଶୋରୁମର ମାଲିକ ରାମ ସିଂଙ୍କ ଏପରି ଭାବନାକୁ ସମ୍ମାନ କରିବା ସହିତ ତାଙ୍କୁ ଦୁଇ ହଜାର ଟଙ୍କାର ଡ଼ିସକାଉଣ୍ଟ ଓ ଏକ ପୁରସ୍କାର ମଧ୍ୟ ଦେଇଥିଲେ ।
ରାମ ସିଂଙ୍କୁ ପିଲାଦିନୁହିଁ ପଇସା ଜମା କରିବାର ସଉକ ଥିଲା । ତାଙ୍କ କହିବା ଅନୁଯାୟୀ ଯେତେବେଳେ କୁମ୍ପି ଭରିଯାଉଥିଲା ସେତେବେଳେ ସେ ତା ମଧ୍ୟରୁ ନୋଟ ବାହାର କରି ମାଙ୍କୁ ଦେଉଥିଲେ କିନ୍ତୁ କଏନ ଗୁଡିକ ସମ୍ଭାଳି କରି ରଖୁଥିଲେ । ଏପରି କରି ୧୨ ବର୍ଷ ମଧ୍ୟରେ ସେ ୧୩,୫୦୦ ଟଙ୍କା ଜମା କରିଥିଲେ । ରାମ ସିଂ ଯେତେବେଳେ ତାଙ୍କ ମାଙ୍କୁ ଫ୍ରିଜ ଗିଫ୍ଟ କରିଥିଲେ ସେତେବେଳେ ସେ ବହୁତ ଖୁସି ହୋଇଯାଇଥିଲେ ଏବଂ କହିଥିଲେ ଏପରି ପୁତ୍ର ସମସ୍ତଙ୍କୁ ମିଳୁ ।