ଜୋ ବାଇଡେନ୍‌ ପିଏମ୍‌ ମୋଦିଙ୍କୁ ମାଗିଲେ ଅଟୋଗ୍ରାଫ୍‌, କହିଲେ, ‘ଆପଣଙ୍କ ଲୋକପ୍ରିୟତା ଯୋଗୁ ମୁଁ ଫସିଯାଉଛି’

ଜାପାନର ହିରୋସିମାଠାରେ ଚାଲିଥିବା କ୍ୱାଡ ବୈଠକରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ।

ଜାପାନର ହିରୋସିମାରେ ଚାଲିଥିବା କ୍ୱାଡ ବୈଠକରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ଏହା ସହିତ ବାଇଡେନ୍‌ ମୋଦିଙ୍କୁ ଅଟୋଗ୍ରାଫ୍ ମଧ୍ୟ ମାଗିଥିଲେ। ବାଇଡେନ୍‌ କହିଥିଲେ ଯେ ଆପଣ ଆମେରିକାରେ ବହୁତ ଲୋକପ୍ରିୟ ଏବଂ ଅନେକ ଲୋକ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି।

ଗତକାଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ୱାଡ୍‌ ବୈଠକ ସମୟରେ ପିଏମ୍‌ ମୋଦିଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ସେ ମୋଦିଙ୍କୁ ସ୍ୱାଗତ ଜଣାଇବା ସହ ତାଙ୍କୁ ଆମେରିକା ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ। ବାଇଡେନ୍‌ କହିଥିଲେ ଯେ ମୋତେ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ କଲ୍‌ କରି ମୋଦିଙ୍କୁ ଭେଟିବାକୁ କହୁଛନ୍ତି ଏବଂ ଏଥିପାଇଁ ଇଭେଣ୍ଟ୍‌ ମଧ୍ୟ ଆୟୋଜନ କରାଇବାକୁ କହୁଛନ୍ତି।

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବନିସ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମୋଦିଙ୍କ ଲୋକପ୍ରିୟତା ଏତେ ଯେ ସିଡନୀରେ ଥିବା କମ୍ୟୁନିଟି ହଲରେ ୨୦,୦୦୦ ଲୋକ ବସିବାର କ୍ଷମତା ରହିଛି, କିନ୍ତୁ ଏହାଠୁ ଅଧିକ ଲୋକଙ୍କ ଅନୁରୋଧ ଆସୁଥିବାରୁ ଜାଗା ଛୋଟ ପଡ଼ିଯାଉଛି।

ସେ କହିଥିଲେ କି, ମୋଦିଙ୍କୁ ଭେଟିବା ପାଇଁ ଲୋକଙ୍କ ଅନୁରୋଧ ବନ୍ୟା ପରି ମାଡ଼ି ଆସୁଛି। ରାଷ୍ଟ୍ରପତି ବାଇଡେନ୍‌ ଏବଂ ପ୍ରଧାନମନ୍ତ୍ରୀ ଅଲ୍‌ବନିସ୍‌ ଉଭୟେ ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଆପଣଙ୍କୁ ଭେଟିବା ପାଇଁ ଲୋକମାନେ ଆମକୁ ହଇରାଣ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.