ହ୍ବାଇଟ୍ ହାଉସରୁ ବିଦା ହେଲା କୁକୁର କମାଣ୍ଡର, ୧୧ ଜଣଙ୍କୁ କାମୁଡିଲାଣି ବାଇଡେନଙ୍କ ଖାସ୍‌ କୁକୁର

ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ ବର୍ଷୀୟ ଜର୍ମାନ୍ ସେଫର୍ଡ କୁକୁର ‘କମାଣ୍ଡର୍’କୁ ହ୍ବାଇଟ୍ ହାଉସରୁ ବିଦା କରାଯାଇଛି । ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସ୍ ଓ ବାଇଡେନଙ୍କ ପାରିବାରିକ ବାସଭବନରେ ଥିବା ସୁରକ୍ଷାକର୍ମୀଙ୍କୁ କମାଣ୍ଡର ୧୧ ଥର କାମୁଡ଼ିଥିଲା ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ ବର୍ଷୀୟ ଜର୍ମାନ୍ ସେଫର୍ଡ କୁକୁର ‘କମାଣ୍ଡର୍’କୁ ହ୍ବାଇଟ୍ ହାଉସରୁ ବିଦା କରାଯାଇଛି । କୁକୁର ଏପର୍ଯ୍ୟନ୍ତ ୧୧ ଜଣ ସୁରକ୍ଷାକର୍ମୀଙ୍କୁ ନିଜର ଶିକାର କରିଛି । ଏହାପରେ ହ୍ଵାଇଟ ହାଉସରେ ଚିନ୍ତା ଲାଗିଥିଲା । ଜର୍ମାନ ସେଫର୍ଡ କୁକୁର ଆମେରିକା ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କୁ କାମୁଡିଥିଲା । ଯାହାପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଖବର ମୁତାବକ, ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସ୍ ଓ ବାଇଡେନଙ୍କ ପାରିବାରିକ ବାସଭବନରେ ଥିବା ସୁରକ୍ଷାକର୍ମୀଙ୍କୁ କମାଣ୍ଡର ୧୧ ଥର କାମୁଡ଼ିଥିଲା । ସେଥିମଧ୍ୟରୁ କାମୁଡ଼ାଜନିତ କ୍ଷତ ଗଭୀର ହୋଇଥିଲେ ଡାକ୍ତରଖାନାକୁ ଯାଇ ପୀଡ଼ିତ ଚିକିତ୍ସିତ ହୁଅନ୍ତି। ସାମାନ୍ୟ ହୋଇଥିଲେ ତାହା ଚିକିତ୍ସା ହୁଏ ନାହିଁ କି, ରିପୋର୍ଟ କରାଯାଏ ନାହିଁ।

ଶେଷଥର ପାଇଁ ସେପ୍ଟେମ୍ବର ୨୫ ତାରିଖରେ ‘କମାଣ୍ଡର୍ ଜଣେ ୟୁଏସ୍ ସିକ୍ରେଟ୍ ସର୍ଭିସ ଏଜେଣ୍ଟ୍ଙ୍କୁ କାମୁଡ଼ି ଥିଲା। ସେହିପରି ୨୦୨୨ ନଭେମ୍ବର ମାସରେ କମାଣ୍ଡର୍ ଜଣେ ଅଫିସରଙ୍କ ବାହୁ ଓ ଜଙ୍ଘକୁ କାମୁଡ଼ି ଥିଲା ଖବର ମିଳିଥିଲା ।

You might also like