ଆମେରିକା ପାଇଲା ନୂଆ ରାଷ୍ଟ୍ରପତି, ୪୬ ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କଲେ ଜୋ ବାଇଡେନ୍

କେନ୍ୟୁଜ୍(ବ୍ୟୁରୋ):   ଆମେରିକା ପାଇଲା ନୂଆ ରାଷ୍ଟ୍ରପତି । ୪୬ ତମ ରାଷ୍ଟ୍ରପତି ଭାବେ  ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ଜୋ ବାଇଡେନ୍‌ । ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ । ବାଇଡେନ୍‌ଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ । କମଲା ହାରିସ୍‌ଙ୍କୁ ଶପଥ ପାଠ କରାଇଥିଲେ ସୋନିଆ ସୋତୋମାୟର ।

kamla harris
picture courtesy: ANI

ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ଆଇନ୍‌ ପ୍ରଣେତା, ବରିଷ୍ଠ ସରକାରୀ ଅଧିକାରୀ ଓ ନିମନ୍ତ୍ରିତ ଅତିଥି । ଓଥ ସେରେମୋନି ପାଇଁ ଉତ୍ସବମୁଖର  ହୋଇପଡିଥିଲା ଆମେରିକା । ସୁରକ୍ଷାର ଅଭେଦ୍ୟ ବଳୟ ଭିତରେ ଓ୍ଵାସିଂଟନ୍‌ ଡିସିକୁ ରଖାଯାଇଥିଲା । ଏପେଟ ‘ଆଜି ଆମେରିକାରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି’ ବୋଲି ବାଇଡେନ୍‌ କହିଛନ୍ତି ।

Leave A Reply

Your email address will not be published.