ଭାରତ କରୋନାର ମୁକାବିଲାରେ ସଫଳ, ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ବାଇଡେନ

ନୂଆଦିଲ୍ଲୀ : ମୋଦି- ବାଇଡେନ ଦ୍ୱିପାକ୍ଷିକ ଆଲୋଚନା। ୨ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ବାଇଡେନ। କରୋନା ମହାମାରୀ ପରିଚାଳନାରେ ଚୀନ ଫେଲ୍‌ ମାରିଛି, ମାତ୍ର ଭାରତ ପ୍ରଶଂସନୀୟ କାମ କରିଛି । ଭାରତ- ଆମେରିକା ମଧ୍ୟରେ ଭଲ ବୁଝାମଣା ରହିଛି । ଲୋକତନ୍ତ୍ରକୁ ମଜଭୁତ କରିବାକୁ ମୋଦି କାର୍ଯ୍ୟ କରୁଛନ୍ତି । କରୋନା ମୁକାବିଲାରେ ଭାରତର ପଦକ୍ଷେପକୁ ସାରା ବିଶ୍ୱରୁ ସାବାସୀ ମିଳୁଛି । ଏଭଳି ସ୍ଥିତିରେ କରୋନା ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ସେ କହିଛନ୍ତି, ଭାରତରେ କରୋନା ମୃତ୍ୟୁକୁ ନେଇ WHOର ତଥ୍ୟ ନିରାଶାଜନକ ଓ ଭ୍ରମିତ କରୁଛି । ନିକଟରେ କରୋନା ମୃତ୍ୟୁକୁ ନେଇ WHO ଏକ ବିସ୍ତତ ରିପୋର୍ଟ ଜାରି କରିଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା, ଗତ ଦୁଇ ବର୍ଷରେ ଭାରତରେ କରୋନା ୪୭ ଲକ୍ଷ ଲୋକଙ୍କ ଜୀବନ ନେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୫ତମ ଅଧିବେଶନକୁ ସମ୍ବୋଧିତ କରି ଏନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

Leave A Reply

Your email address will not be published.