ଦେଶ ବିଦେଶ

କାହିଁକି ଇସ୍ରାଏଲ୍‌ ଉପରେ ଆକ୍ରମଣ କଲା ହମାସ୍‌? ଭାରତ କନେକ୍ସନକୁ ନେଇ ବଡ଼ ଦାବି କଲେ ଆମେରିକା ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଉପରେ ହମାସର ବର୍ବର ଆକ୍ରମଣକୁ ନେଇ ଏକ ବଡ଼ ଦାବି କରିଛନ୍ତି। ଜୋ ବାଇଡେନ୍‌ କହିଛନ୍ତି ଯେ ନିକଟରେ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ସମୟରେ ‘ଇଣ୍ଡିଆନ୍‌ ମିଡିଲ୍‌ ଇଷ୍ଟ୍‍ ୟୁରୋପ୍‌ କରିଡର୍‌ (ଭାରତୀୟ ମଧ୍ୟ ପୂର୍ବ ୟୁରୋପ କରିଡର)’ ଘୋଷଣା କରାଯାଇଥିଲା। ମୁଁ ନିଶ୍ଚିତ ଯେ ଏହି ଘୋଷଣା ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣର ଏକ କାରଣ ହୋଇପାରେ।

ୱାଶିଂଟନ୍ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲବାନିଜ୍‌ଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଜୋ ବାଇଡେନ୍‌ ଏହା କହିଛନ୍ତି। ସେ କହିଛନ୍ତି, ଏହା କେବଳ ମୋର ଅନୁମାନ, ଏହାକୁ ପ୍ରମାଣିତ କରିବା ପାଇଁ ମୋ ପାଖରେ କୌଣସି ପ୍ରମାଣ ନାହିଁ। କିନ୍ତୁ ମୋ ଅନ୍ତରାତ୍ମା ମୋତେ କହୁଛି କି, ଏହା ଏକ ବଡ଼ କାରଣ ହୋଇପାରେ।

ତେବେ ବାଇଡେନ୍‌ ଦ୍ୱିତୀୟ ଥର ପାଇଁ ହମାସ ଆକ୍ରମଣକୁ ଇଣ୍ଡିଆନ୍‌ ମିଡିଲ୍‌ ଇଷ୍ଟ୍‍ ୟୁରୋପ୍‌ର ଅର୍ଥନୈତିକ କରିଡର୍‌ ସହିତ ଯୋଡ଼ିଛନ୍ତି। କହି ରଖୁଛୁ, ଇଣ୍ଡିଆନ୍‌ ମିଡିଲ୍‌ ଇଷ୍ଟ୍‍ ୟୁରୋପ୍‌ କରିଡର୍‌ର ଲକ୍ଷ୍ୟ ହେଉଛି, ସମଗ୍ର ଅଞ୍ଚଳକୁ ଏକ ବ୍ୟାପକ ରେଳ ନେଟୱାର୍କ ମାଧ୍ୟମରେ ଯୋଡ଼ିବା।

ସୂଚନାଥାଉ କି, ସେପ୍ଟେମ୍ବରରେ ଭାରତରେ ଆୟୋଜିତ ହୋଇଥିଲା ଜି-୨୦ ଶିଖର ସମ୍ମିଳନୀ। ଏହି ସମୟରେ ଆମେରିକା, ଭାରତ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଜର୍ମାନୀ, ଇଟାଲି ଏବଂ ୟୁରୋପୀୟ ସଂଘର ନେତାମାନେ ଏହାର ଘୋଷଣା କରିଥିଲେ। ଏହି କରିଡରରେ ଏକ ପୂର୍ବ କରିଡର ରହିଛି, ଯାହା ଭାରତକୁ ଗଲ୍ଫ ଅଞ୍ଚଳ ସହିତ ସଂଯୋଗ କରେ। ସେହିପରି ଉତ୍ତର କରିଡର୍‌ ଗଲ୍ଫ ଅଞ୍ଚଳକୁ ୟୁରୋପ ସହିତ ସଂଯୋଗ କରିଥାଏ।

ଇସ୍ରାଏଲ୍ ଏହି କରିଡରକୁ ଏସିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲା, ଯଦିଓ ଏହା ଏଥିରେ ସକ୍ରିୟ ସଦସ୍ୟ ଭାବରେ ଜଡିତ ନୁହେଁ। ଏହି ପ୍ରକଳ୍ପ ଘୋଷଣା ସମୟରେ କୁହାଯାଇଥିଲା କି, ଏହା ମଧ୍ୟ-ପୂର୍ବରେ ସାଉଦି ଏବଂ ଇସ୍ରାଏଲ୍ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ।

ଭାରତ, ୟୁରୋପୀୟ ସଂଘ, ଆମେରିକା ଏବଂ ସାଉଦି ଆରବ ମିଳିତ ଭାବେ ଇଣ୍ଡିଆନ୍‌ ମିଡିଲ୍‌ ଇଷ୍ଟ୍‍ ୟୁରୋପ୍‌ ଅର୍ଥନୈତିକ କରିଡର ଅର୍ଥାତ୍‌ IMEC ଉପରେ କାର୍ଯ୍ୟ କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ସେପ୍ଟେମ୍ବର ୯ରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି କରିଡର୍‌ର ପ୍ରସ୍ତାବିତ ଲମ୍ବ ୬ ହଜାର କିଲୋମିଟର। ଏଥିରେ ୩୫୦୦ କିଲୋମିଟର ସମୁଦ୍ର ମାର୍ଗ ଅନ୍ତର୍ଭୁକ୍ତ ରହିଛି। କରିଡର ନିର୍ମାଣ ହେଲେ ଭାରତରୁ ୟୁରୋପକୁ ସାମଗ୍ରୀ ପରିବହନରେ ପାଖାପାଖି ୪୦ ପ୍ରତିଶତ ସମୟ ସଞ୍ଚୟ ହୋଇପାରିବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago