ଦେଶ ବିଦେଶ

ପୁଣି ହିଂସ୍ର ହୋଇଉଠିଲା ଜୋ ବାଇଡେନ୍‌ଙ୍କ କୁକୁର, ସିକ୍ରେଟ୍‌ ଏଜେଣ୍ଟଙ୍କୁ କଲା ଆକ୍ରମଣ…ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ କାମୁଡ଼ି ସାରିଲାଣି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ୨ ବର୍ଷର କମାଣ୍ଡର କୁକୁର ହ୍ଵାଇଟ୍‌ ହାଉସ୍‌ରେ ଜଣେ ସିକ୍ରେଟ୍‌ ସେବା ଏଜେଣ୍ଟଙ୍କୁ କାମୁଡ଼ି ଦେଇଛି। ଜର୍ମାନ ଶେଫର୍ଡ ବ୍ରିଡ୍‌ର ଏହି କୁକୁର ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ କାମୁଡ଼ି ସାରିଲାଣି। ଏକ ରିପୋର୍ଟ ମୁତାବକ, ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେ ଏବେ ବିପଦମୁକ୍ତ ଅଛନ୍ତି।

ଆମେରିକୀୟ ସିକ୍ରେଟ୍‌ ସର୍ଭିସ୍‌ର ଯୋଗାଯୋଗ ମୁଖ୍ୟ ଆନ୍ଥୋନୀ ଗୁଗ୍‌ଲିମ୍‌ କହିଛନ୍ତି ଯେ ଜଣେ ସିକ୍ରେଟ୍‌ ସର୍ଭିସ୍‌ ୟୁନିଫର୍ମଡ୍‌ ଡିଭିଜନର ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ କୁକୁର କାମୁଡ଼ି ଦେଇଛି। ଆହତ ଅଧିକାରୀ ଡିଭିଜନର ପ୍ରମୁଖ ଅଲ୍‌ଫୋସୋ ଏମ୍‌ ଡାୟସନଙ୍କ ସହିତ କଥା ହୋଇଛନ୍ତି। ବର୍ତ୍ତମାନ ସେ ଠିକ୍‌ ଅଛନ୍ତି।

ରିପୋର୍ଟ ଅନୁସାରେ, କମାଣ୍ଡର କୁକୁର ହ୍ଵାଇଟ୍‌ ହାଉସ୍‌ ଏବଂ ଡେଲାେଓ୍ଵୟରରେ ଅତି କମ୍‌ରେ ୧୧ ଜଣଙ୍କୁ ଆକ୍ରମଣ କରିସାରିଲାଣି। ୨୦୨୨ ନଭେମ୍ବରରେ ଜଣେ ଅଧିକାରୀଙ୍କୁ କୁକୁର କାମୁଡ଼ି ଦେଇଥିଲା। ତାଙ୍କ ହାତ ଓ ଜଙ୍ଘକୁ କାମୁଡ଼ି ରକ୍ତାକ୍ତ କରି ପକାଇଥିଲା, ଯାହାପରେ ଅଧିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଏହା ପୂର୍ବରୁ ହ୍ଵାଇଟ୍‌ ହାଉସ୍‌ର ଅଧିକାରୀମାନେ ଜୁଲାଇରେ କହିଥିଲେ ଯେ କୁକୁର ଆକ୍ରମଣ ଘଟଣା ପରେ ବାଇଡେନ୍‌ ପରିବାରର ପୋଷା ପ୍ରାଣୀମାନଙ୍କ ଟ୍ରେନିଂ ପାଇଁ ନୂଆ ପ୍ରୋଟକଲ୍‌ ଉପରେ କାମ କରାଯାଉଛି। କହି ରଖୁଛୁ ଯେ ବାଇଡେନ୍‌ଙ୍କର ଅନ୍ୟ ଏକ କୁକୁର ମେଜର ମଧ୍ୟ ହ୍ଵାଇଟ୍‌ ହାଉସ୍‌ରେ ଅନେକ ଜଣଙ୍କୁ ଆକ୍ରମଣ କରିସାରିଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago