ଦେଶ ବିଦେଶ

ଯୋଶୀମଠ ଧସିବା ଘଟଣା : ଘର ଏବଂ ହୋଟେଲ ପରେ ଏବେ ଫାଟିଲାଣି କଲୋନୀ ଘର, ୩୦ରୁ ଅଧିକ ଘରେ ବଡ ବଡ ଫାଟ

ଉତ୍ତରାଖଣ୍ଡର ଯୋଶୀମଠ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି। ଘର, ହୋଟେଲ ପରେ ଏବେ କଲୋନୀରେ ଫାଟ ଦେଖିବାକୁ ମିଳିଛି । ଏବେ ଏହି କଲୋନୀରେ ଫାଟ ହୋଇଥିବା ଘରକୁ ଭାଙ୍ଗିଦିଆଯିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଯୋଶୀମଠର ଜେପି କଲୋନୀର ନୀରିକ୍ଷଣ ପରେ ଏହା ଜଣାପଡିଛି। ଯେଉଁଥି ପାଇଁ ଅନେକ କ୍ଷତି ପହଞ୍ଚିଛି । ଆଉ ଫାଟିଥିବା ଘରର ମରାମତି କରିବା ସମ୍ଭବ ନୁହେଁ। କଲୋନୀରେ ଥିବା ୩୦ରୁ ଅଧିକ ଘରେ ଫାଟ ପଡିଛି ଆଉ ଦିନକୁ ଦିନ ଏହା ବଢିବାରେ ଲାଗିଛି । ତେଣୁ କ୍ଷତିଗ୍ରସ୍ତ ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ।

ଏହି କଲୋନୀକୁ ହୋଟେଲ ମାଉଣ୍ଟ ଭ୍ୟୁ ଏବଂ ମଲାରୀ ଇନ୍‌ ହୋଟେଲ ଭଳି ଭଙ୍ଗାଯିବ । ଜେପି କଲୋନୀକୁ ନେଇ ଚମୋଲୀର ଜିଲ୍ଲାପାଳ ହିମାଂଶୁ ଖୁରାନା ନିର୍ଦ୍ଦେଶ ଦେଇଛନ୍ତି । କଲୋନୀର କେତେ ଘର ଫାଟିଛି, କେଉଁ ଘର ବିପଦସଂକୁଳ ସ୍ଥିତିରେ ରହିଛି, ତାହାକୁ ନେଇ ମଧ୍ୟ ତଦାରଖ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଯୋଶୀମଠରେ ଏପର୍ଯ୍ୟନ୍ତ ୮୪୯ ଘର କ୍ଷତିଗ୍ରସ୍ତ ହୋଇଛି ।୧୬୫ ଘର ଅସୁରକ୍ଷିତ ଚିହ୍ନିତ କରାଯାଇଛି । ନୂଆ ଘରେ କୌଣସି ଫାଟ ଦେଖାଯାଇନାହିଁ ।

ଯୋଶୀମଠ ସହରର ଶ୍ରୀନଗର, ଗାନ୍ଧିନଗର, ମନୋହରବାଗ ଆଦି ଓ୍ଵାର୍ଡକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଏହି ଓ୍ଵାର୍ଡରେ ପ୍ରବେଶ ଉପରେ ନିଷେଧାଦେଶ ଲାଗିଛି। ଯୋଶୀମଠ ସହରକୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଘୋଷଣା କରାଯାଇଛି। ସହରରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ସହରର ୩୦ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହୋଇଛି। ପୂରା ସହରକୁ ୩ ଭାଗରେ ବିଭକ୍ତ କରାଯାଇଛି। ଡେଞ୍ଜର ଜୋନ, ବଫର ଜୋନ ଓ ସଂପୂର୍ଣ୍ଣ ସୁରକ୍ଷିତ ଜୋନ୍। ଡେଞ୍ଜର ଜୋନରେ ଥିବା ଘର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିରେ ଫାଟ ବଢ଼ି ବଢ଼ି ଚାଲିଛି। ସାଟେଲାଇଟ୍ ସର୍ଭେ ପରେ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଯୋଶୀମଠରେ ସବୁ ନିର୍ମାଣକୁ ଏବେ ବନ୍ଦ ରଖାଯାଇଛି। ନିର୍ମାଣାଧୀନ ଜଳ ବିଦ୍ୟୁତ ପ୍ରକଳ୍ପକୁ ମଧ୍ୟ ବନ୍ଦ କରାଯାଇଛି ।

ଏବେ ବି କିଛି ଲୋକ ବିପଦସଂକୁଳ ଅବସ୍ଥାରେ ଦିନ କାଟୁଛନ୍ତି। ଯୋଶୀମଠକୁ ଏବେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏଠାରେ ତୁରନ୍ତ ଏନଡିଆରଏଫ ଯବାନ ମୁତୟନ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଏବଂ ନିର୍ମାଣ କାର୍ଯ୍ୟ ଯୋଗୁ ଯୋଶୀମଠ ସହର ଏବେ ବିପଦରେ ବୋଲି କୁହାଯାଉଛି। ଗତ କିଛି ଦଶନ୍ଧି ହେବ ଏଠାରେ ବ୍ୟପକ ନିର୍ମାଣ କାର୍ଯ୍ୟ ହୋଇଛି। ବହୁ ସଂଖ୍ୟାରେ ଜନସଂଖ୍ୟା ବଢ଼ିଛି। ଏହି ହିଲ୍ ଟାଉନ୍ ୧୯୭୬ ମସିହାରୁ ସତର୍କ ଘଣ୍ଟି ବଜାଇଥିବା କୁହାଯାଉଛି ।

Swagatika

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

4 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

12 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

15 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

22 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

48 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

57 mins ago