ଚିଟଫଣ୍ଡ ଠକେଇରେ ପଶ୍ଚିମବଙ୍ଗର ସାମ୍ବାଦିକ ସୁମନ ଚଟ୍ଟୋପାଧ୍ୟାୟ ଗିରଫ

ପଶ୍ଚିମବଙ୍ଗ(କେନ୍ୟୁଜ୍) : ଆଇକୋର ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପଶ୍ଚିମବଙ୍ଗର ସାମ୍ବାଦିକ ଗିରଫ। ଜଣାଶୁଣା ସାମ୍ବାଦିକ ସୁମନ ଚଟ୍ଟୋପାଧ୍ୟାୟଙ୍କୁ ଗିରଫ କରିଛି ସିବିଆଇ। ଆଜି ତାଙ୍କୁ କୋଲକାତା କୋର୍ଟରେ ହାଜର କରାଯିବା ପରେ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ୱର ଅଣାଯିବ। ଆଇକୋର ଚିଟଫଣ୍ଡ ସଂସ୍ଥା ବିରୋଧରେ ୩ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ସଂସ୍ଥା ପଶ୍ଚିମବଙ୍ଗ, ଓଡିଶା ଓ ଛତିଶଗଡ଼ରେ ଶାଖା ଖୋଲି ଠକେଇ କରିଥିଲା। ଆଇକୋରର ଏକ ଗଣମାଧ୍ୟମ ଶାଖା ରହିଥିବା ବେଳେ ସୁମନ ଏହାର ମୁଖ୍ୟ ଭାବେ କାର‌୍ୟ୍ୟ କରୁଥିଲେ। ସୁମନଙ୍କ ବିରୋଧରେ ଏକକୋଟି ଟଙ୍କାର ଠକେଇ ମାମଲା ରହିଛି।

You might also like