ଆନ୍ଧ୍ରପ୍ରଦେଶ : ଜୁନିଅର ଡାକ୍ତରାଣୀଙ୍କ ଉପରେ ରୋଗୀଙ୍କ ଆକ୍ରମଣ, ସିସିଟିଭରେ କଏଦ ହେଲା ଘଟଣା

କୋଲକତା ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ମହିଳା ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦେଶରେ ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ଆନ୍ଧ୍ରପ୍ରଦେଶର ଏକ ହସପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ପିଟିଲେ ରୋଗୀ । ଏହି ଘଟଣା ସିସିଟିଭିରେ କଏଦ ହେବା ପରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଖବର ମୁତାବକ, ଆନ୍ଧ୍ରପ୍ରଦେଶର ତିରୁପତି ଏସଭି ଆଇଏମ୍ଏସ୍ ହସ୍ପିଟାଲରେ ଏହି ଘଟଣା ଘଟିଛି । ଏଠାରେ ମହିଳା ଇଣ୍ଟର୍ଣ୍ଣଙ୍କ ଉପରେ ଜଣେ ରୋଗୀ ଆକ୍ରମଣ କରିଛନ୍ତି । ହସ୍ପିଟାଲର ଏକ ଓ୍ୱାର୍ଡରେ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ଜୁନିଅର ମହିଳା ଡାକ୍ତରଙ୍କୁ ମାରିବାକୁ ଗୋଡାଇ ତାଙ୍କ ପଛୁରେ ଦୌଡିଥିଲା । ରୋଗୀ ଜଣକ ମହିଳା ଡାକ୍ତରଙ୍କ ବେକକୁ ଧରି ପକାଇଛନ୍ତି । ଏହାପରେ ମହିଳା ଜଣକ ଷ୍ଟ୍ରେଚର ଉପରେ ପଡିଯାଉଛନ୍ତି । ଯାହାର ଭିଡିଓ ଭାଇରଲ ହେବା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଜୁନିଅର ଡାକ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି ।
ତେବେ ଘଟଣା ସ୍ଥଳରେ ଓ୍ଵାର୍ଡରେ ରୋଗୀଙ୍କ ବ୍ୟତୀତ ଅନ୍ୟ ଡାକ୍ତର ମଧ୍ୟ ଉପସ୍ଥିତ ଥିଲେ । ସେମାନେ ମହିଳା ଡାକ୍ତରଙ୍କୁ ରକ୍ଷା କରିଛନ୍ତି । ଏହି ପୂରା ଘଟଣା ହସ୍ପିଟାଲର ଓ୍ୱାର୍ଡରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ତେବେ କେଉଁ କାରଣରୁ ରୋଗୀ ଜଣକ ମହିଳା ଜୁନିଅର ଡାକ୍ତରଙ୍କୁ ଏଭଳି ମାରିବାକୁ ଦୌଡି ଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ । ଏହି ଘଟଣା ପରେ ହସ୍ପିଟାଲରେ ସୁରକ୍ଷା ଦାବିରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।
Assault on ER Intern in SVIMS TIRUPATI
Just look at the audacity of the man trying to grab the female doctor in front of everyone
This is exactly why doctors are demanding Central protection act ! @APPOLICE100 pic.twitter.com/VEuG02BzQa
— Dr.Dhruv Chauhan (@DrDhruvchauhan) August 25, 2024
କୋଲକତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି । ଏହି ସମୟରେ ଆନ୍ଧ୍ରପ୍ରଦେଶର ଏକ ଡାକ୍ତରଖାନାରେ ଜଣେ ମହିଳା ଜୁନିୟର ଡାକ୍ତରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।