କାଲିଠାରୁ କାର୍ଯ୍ୟରେ ଯୋଗ ଦେବେ ଜୁନିଅର ଡାକ୍ତର, ଆଜି ସ୍ବାସ୍ଥ୍ୟ ଭବନରୁ ସିବିଆଇ ଅଫିସ ଯାଏଁ ଶୋଭାଯାତ୍ରା

ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବେ ଜୁନିଅର ଡାକ୍ତର ।  କୋଲକାତା ଆରଜିକର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଚାଲିଥିବା ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।  ୪୧ ଦିନର ଆନ୍ଦୋଳନ ପରେ କାଲିଠାରୁ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ।  ତେବେ ଜରୁରୀ ସ୍ବାସ୍ଥ୍ୟ ସେବାରେ ଯୋଗଦେବେ ।  ଆଜି ଅହରାହ୍ଣ ୩ଟାବେଳେ ସ୍ବାସ୍ଥ୍ୟଭବନରୁ ସିବିଆଇ ଅଫିସ ଯାଏଁ ଶୋଭାଯାତ୍ରା କରିବେ ଜୁନିଅର ଡାକ୍ତର ।  ତଦନ୍ତ ତ୍ବରାନ୍ବିତ କରିବାକୁ ସିବିଆଇ ଉପରେ ଚାପ ପକାଇବାକୁ ଏହି ଶୋଭାଯାତ୍ରା କରିବେ ।

ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ଜୁନିଅର ଡାକ୍ତର ।  ତେବେ ସବୁ ମେଡିକାଲରେ ଧାରଣା ମଞ୍ଚ ରହିବ ବୋଲି କହିଛି ଜୁନିଅର ଡାକ୍ତର ସଂଘ ।  କେବଳ ଜରୁରୀ ସ୍ବାସ୍ଥ୍ୟ ସେବାରେ ଯୋଗ ଦେବେ ।  ଓପିଡିରେ ଯୋଗ ଦେବେନି ।  ବନ୍ୟାକୁ ଦୃଷ୍ଟିରେ ରଖି ମାନବିକତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା ସଂଘ କହିଛି ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ।

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଅଗଷ୍ଟ ୯ ତାରିଖରୁ ଜୁନିୟର ଡାକ୍ତର ମାନେ ଆନ୍ଦୋଳନ ଚଲାଇଥିଲେ ।  ସୋମବାର ମମତାଙ୍କ ସହ ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା । ଏଥିରେ ଡାକ୍ତରଙ୍କ ୫ଟି ଦାବିରୁ ତିନୋଟିକୁ ମମତା ତତ୍କାଳ ପୂରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like