ହାତ ଛାଡ଼ି ପଦ୍ମ ଧରିବେ କି ଜ୍ୟୋତିରାଦିତ୍ୟ ସିନ୍ଧିଆ ? ପୋଷ୍ଟର ଭାଇରାଲ

ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ମିଶିବେ କି ଜ୍ୟୋତିରାଦିତ୍ୟ ସିନ୍ଧିଆ ? ଏଭଳି ଏକ ଚର୍ଚ୍ଚା ଏବେ ଜୋର ଧରିଛି । ନିକଟରେ ଏକ ପୋଷ୍ଟର ଭାଇରାଲ୍‌ ହୋଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ପ୍ରମୁଖଙ୍କ ଫଟୋ ସହ ଜ୍ୟୋତିରାଦିତ୍ୟଙ୍କର ବଡ଼ ଫଟୋ ରହିଛି । ପୁଣି କଶ୍ମୀରରୁ ଆର୍ଟିକଲ ୩୭୦ ହଟାଇବା ନିଷ୍ପତ୍ତିକୁ ସେ ସମର୍ଥନ କରିଥିବା ଲେଖା ଯାଇଛି । ଏହି ପୋଷ୍ଟର ବିଜେପି ନେତା ହୃଦୟେଶ ଶର୍ମା ଓ ଭାରତ ରକ୍ଷା ମଞ୍ଚ ପକ୍ଷରୁ ଲଗା ଯାଇଛି । ମଧ୍ୟପ୍ରଦେଶର ଭିଣ୍ଡ ଠାରେ ଜ୍ୟୋତିରାଦିତ୍ୟ ସେଠାକୁ ଆସିବା ପୂର୍ବରୁ ଏହି ପୋଷ୍ଟର ଲଗାଯାଇଛି ।

JYOTIRADITYA-1ତେବେ ଏ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କିମ୍ବା ଖଣ୍ଡନ ମଧ୍ୟ କରାଯାଇନାହିଁ । ଅବଶ୍ୟ କିଛି ମାସେ ପୂର୍ବରୁ ମୋଦି ସରକାର କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ନିଷ୍ପତ୍ତିକୁ ସେ ଖୋଲାଖୋଲି ଭାବେ ସମର୍ଥନ କରିଥିଲେ । ସେତେବେଳେ ତାଙ୍କର କଂଗ୍ରେସ ସହିତ ସମ୍ପର୍କ ତିକ୍ତ ହୋଇଥିଲା ବୋଲି କୁହାଯାଉଥିଲା । ତେଣୁ ହୁଏତ ଜ୍ୟୋତିରାଦିତ୍ୟ ହାତ ଛାଡ଼ି ପଦ୍ମ ଧରିବେ ବୋଲି ଚିନ୍ତା କରୁଥାଇ ପାରନ୍ତି । ଏହି ବରିଷ୍ଠ ନେତା ଏବେ କଂଗ୍ରେସ ଦଳର ରାଷ୍ଟ୍ରୀୟ ମହାସଚିବ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.