ନିଜ ଟ୍ଵିଟର ପ୍ରୋଫାଇଲ୍‌ରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୁଚାଇଲେ କଂଗ୍ରେସ ପରିଚୟ, ଉଲ୍ଲେଖ କଲେ ଲୋକ ସେବକ ଓ କ୍ରିକେଟପ୍ରେମୀ

କେନ୍ୟୁଜ୍(ବ୍ୟୁରୋ): ନିଜ ଟ୍ଵିଟର ଆକାଉଣ୍ଟରେ ପରିଚୟ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। ପୂର୍ବରୁ ଟ୍ଵିଟରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ସାଂସଦ ଭାବେ ଉଲ୍ଲେଖ କରିଥିବା ବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିଛନ୍ତି । ବଦଳରେ କେବଳ ଲୋକ ସେବକ ଓ କ୍ରିକେଟ ପ୍ରେମୀ ଭାବେ ପରିଚୟ ଉଲ୍ଲେଖ କରିଛନ୍ତି। ଏହାକୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କାହିଁକି ସେ ପରିଚୟ ପରିବର୍ତ୍ତନ କଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଟ୍ଵିଟର ଆକାଉଣ୍ଟରେ କଂଗ୍ରେସ ଦଳ ସଂପର୍କରେ କୌଣସି ସୂଚନା ନାହିଁ। ଗତ କିଛି ଦିନ ମଧ୍ୟରେ ସିନ୍ଧିଆଙ୍କ ବୟାନକୁ ନେଇ ଦଳରେ ପରିସ୍ଥିତି ସ୍ୱାଭାବିକ ନଥିବା ଜଣାପଡ଼ିଥିଲା। କୃଷି ଋଣ ଛାଡ଼, ବନ୍ୟା ସହାୟତା ରାଶି ପ୍ରଦାନ, ବିଜୁଳି କାଟ ଆଦି ପ୍ରସଙ୍ଗରେ କମଳନାଥ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ସେ ଦଳ ଛାଡ଼ିପାରନ୍ତି ବୋଲି ମଧ୍ୟ ଆକଳନ କରାଯାଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.