ମରିଗଲା ମୁଖ୍ୟମନ୍ତ୍ରୀଙ୍କ କୁକୁର, ବିଚରା ଡାକ୍ତରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ

ତେଲେଙ୍ଗାନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଅଧିକାରୀ ବଙ୍ଗଳାରେ ଥିବା ପାଳିତ କୁକୁର ‘ହୁସ୍କି’ର ମୃତ୍ୟୁ ଘଟିଛି। ହୁସ୍କିର ମୃତ୍ୟୁ ପରେ ପଶୁ ଡାକ୍ତରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ବଞ୍ଜାରା ହିଲ୍ସ ପୋଲିସ ଷ୍ଟେସନ୍‌ରେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତଦନ୍ତ ପରେ ଦୁଇ ଜଣ ଡାକ୍ତରଙ୍କୁ ପାଞ୍ଚ ବର୍ଷ ଯାଏଁ ଜେଲଦଣ୍ଡାଦେଶ ହୋଇଛି। ପଶୁ ଚିକିତ୍ସାଳୟର ଡାକ୍ତର ଲକ୍ଷ୍ମୀ ଏବଂ ଡାକ୍ତର ରଞ୍ଜିତଙ୍କ ବିରୋଧରେ ଆଇପିସି ଧାରା ୪୨୯ ଏବଂ ୧୧ ଅନୁସାରେ ମାମଲା ରୁଜୁ କରିଛି ପୁଲିସ।

ରିପୋର୍ଟ ମୁତାବକ, ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ୧୧ ମାସର ହୁସ୍କି ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ସନ୍ଧ୍ୟାରେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଲା। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ କର୍ମଚାରୀ ହୁସ୍କି ରୋଗାଗ୍ରସ୍ତ ହୋଇଥିବା ନେଇ ଡାକ୍ତର ରଞ୍ଜିତଙ୍କୁ ଅବଗତ କରାଇଥିଲେ। ଡାକ୍ତର ଆସି ପରୀକ୍ଷା କରିବା ପରେ ହୁସ୍କିକୁ ୧୦୧ ଡିଗ୍ରୀ ଜ୍ୱର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଔଷଧ ଦେଇ ତାକୁ ମେଡିକାଲ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ହୁସ୍କିର ମୃତ୍ୟୁ ଘଟିଥିଲା।

ଏହାସହ ପଢ଼ନ୍ତୁ: ଭାରତ ସହ ଯୁଦ୍ଧ କଲେ ଆମେ ହାରିଯିବୁ: ଇମ୍ରାନ୍‌

କୁକୁରର ମୃତ୍ୟୁ ପରେ ଡାକ୍ତରଙ୍କ ଉପରେ ରାଓଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ କଟାକ୍ଷ କରିଛି। ବିରୋଧୀ ଦଳର ଜଣେ ନେତା କହିଛନ୍ତି ଯେ ହାଇଦ୍ରାବାଦ ଓ ତେଲେଙ୍ଗାନାର ଅନ୍ୟ ସ୍ଥାନରେ ବ୍ୟାପୁଥିବା ଡେଙ୍ଗୁ ଉପରେ ସରକାର ଧ୍ୟାନ ଦେଉନାହାନ୍ତି। ମାତ୍ର କୁକୁରର ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଜେଲ୍‌ ପଠାଇଦେଉଛନ୍ତି। ସେହିପରି କଂଗ୍ରେସ ସାଂସଦ ଏ ରେବନ୍ଥ ରେଡ୍ଡୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ‘‘ସ୍ୱର୍ଣ୍ଣିମ ତେଲେଙ୍ଗାନାର ଲୋକ ମୁଖ୍ୟମନ୍ତ୍ରୀଙ୍କ ଭବନର କୁକୁର ଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ କି?’’

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago