କାବୁଲ ଏୟାରପୋର୍ଟ ସିରିଜ୍‌ ବିସ୍ଫୋରଣରେ ISIS ହାତ, ୧୨ US ସୈନ୍ୟଙ୍କ ମୃତ୍ୟୁ ପରେ ବାଇଡେନ୍‌ଙ୍କ କଡ଼ା ଚେତାବନୀ

କାବୁଲ ଏୟାରପୋର୍ଟ ବାହାରେ ଭୟଙ୍କର ସିରିଜ୍‌ ବିସ୍ଫୋରଣ ଘଟଣାରେ ୧୨ ଆମେରିକା ସେନା ଓ ୬୦ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୫ ଆମେରିକୀୟ ଆହତ ହୋଇଥିବା ପେଣ୍ଟାଗନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ପ୍ରାୟ ୧୫୦ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।

ରିପୋର୍ଟ ମୁତାବକ, କାବୁଲ ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବହୁ ଲୋକ ଅପେକ୍ଷା କରିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣର ୨୦ ମିନିଟ ପରେ ହୋଇଥିଲା ଆଉ ଗୋଟିଏ ବ୍ଲାଷ୍ଟ । ଦୁଇ ସୁଇସାଇଡ ବମର ଏହି ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି। ଏହା ପଛରେ ISIS ଆତଙ୍କବାଦୀଙ୍କ ହାତ ଥିବା କହିଛି ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ।

ଅନ୍ୟପଟେ କାବୁଲରେ ବିସ୍ପୋରଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କଡ଼ା ଚେତାବନୀ ଦେଇଛନ୍ତି । ହ୍ଵାଇଟ ହାଉସରୁ ISIS-Kକୁ ଚେତାଇଦେଇଛନ୍ତି ବାଇଡେନ । ଆତଙ୍କବାଦୀଙ୍କୁ କେବେ ବି କ୍ଷମା ଦିଆଯିବ ନାହିଁ । ଏହି ଆକ୍ରମଣକୁ କେବେ ଭୁଲିବୁ ନାହିଁ ବୋଲି କହିଛନ୍ତି ବାଇଡେନ୍‌। ଆମେ ଏହାର ଜବାବ ଦେବୁ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ମୃତ୍ୟୁର କ୍ଷତିପୂରଣ ଦେବାକୁ ହେବ। ଆଫଗାନିସ୍ତାନରୁ ଆମେରିକା ନାଗରିକଙ୍କୁ ବଞ୍ଚାଇବୁ । ଆମର ମିଶନ ଜାରି ରହିବ । ବିସ୍ଫୋରଣରେ ପ୍ରାଣ ହରାଇଥିବା ଆମେରିକା ସୈନିକ ହିରୋ ଥିଲେ । ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିସ୍ୱାର୍ଥପରତା ଭାବେ କାମ କରୁଥିଲେ ବୋଲି ଜୋ ବାଇଡେନ୍ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.