କାବୁଲର ମସ୍‌ଜିଦ୍‌ରେ ବିସ୍ଫୋରଣ; ୮ ମୃତ, ନିଜକୁ ଦାୟୀ କହିଲା ଆଇଏସ୍

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଛିଏଥିରୁ ଗୋଟିଏ ଏଠାରେ ଥିବା ହଜାରା ମସ୍‌ଜିଦ ଉପରେ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି। ମହିଳାମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାର ଅଧିକାଂଶ ପୀଡିତ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ କାବୁଲର ପଶ୍ଚିମ ପାଶ୍ୱର୍ରେ ଏହି ବିସ୍ଫୋରଣ ହୋଇଛି । ହଜାରା ଓ ଶିୟା ଲୋକଙ୍କୁ ଟାର୍ଗେଟ କରାଯାଇଛି । ଅନ୍ୟ ଏକ ବୋମା ଇମାମ ମହମ୍ମଦ ବାକେରରେ ହୋଇଛି, ଯାହାକି କାବୁଲର ସର-ଏ-କରୀଜ ଅଞ୍ଚଳରେ ଥିବା ଜନାନା ମସଜିଦ ରହିଛି । କାବୁଲର ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି, ସେଠାରେ ମୁଖ୍ୟତଃ ଶିୟା ସଂପ୍ରଦାୟର ମୁସଲମାନମାନେ ବସବାସ କରିନ୍ତି । ଆଫଗାନିସ୍ତାନ ପୁଲିସର କହିବା ଅନୁସାରେ ବିସ୍ଫୋରଣରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ଯୋଗୁଁ ୧୮ ଜଣ ଆହତ ହୋଇଛନ୍ତି । ଅନ୍ୟପଟରେ ଇସଲାମିକ ଷ୍ଟେଟ୍ ନିଜର ବୟାନରେ କହିଛି ଯେ, ୨୦ ଲୋକଙ୍କର ମୃତ୍ୟୁ ଓ ଆହତ ହୋଇଛି ।

କାବୁଲ ପୋଲିସର ମୁଖପାତ୍ର ଖାଲିଦ ଜଡ୍ରାନ କହିଛନ୍ତି ଯେ ଏହି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଖବର ଅନୁଯାୟୀ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଲୋକମାନେ ଏଠାରେ ଦଉଡା ଦଉଡ଼ି ହେଉଥିବାର ଦେଖିବାକୁ ମିଳିଛି । ଏଥିସହିତ ଲୋକମାନେ ଆହତମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ବଢୁଛନ୍ତି । ନିକଟରେ ଆଫଗାନିସ୍ତାନରେ ଶିୟା ଙ୍କ ଉପରେ ଅନେକ ଆକ୍ରମଣ ହୋଇଛି। ସେମାନେ ଏଠାରେ ଏକ ସଂଖ୍ୟାଲଘୁ ଅଟନ୍ତି । ଇସଲାମିକ୍ ଷ୍ଟେଟ୍ ସହିତ ଜଡିତ ଆତଙ୍କବାଦୀ ଗୋଷ୍ଠୀ ୨୦୧୪ ପରଠାରୁ ଆଫଗାନିସ୍ତାନରେ ସକ୍ରିୟ ରହିଆସିଛନ୍ତି । ଯାହା ଦେଶର ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.