ଆପଣଙ୍କ ଔକାତ୍ କଣ ? ସମ୍ବାଦିକଙ୍କୁ ପ୍ରଶ୍ନ କଲେ ବିଜେପି ନେତା

ଆପଣଙ୍କ ଔକାତ୍ କଣ ? ସମ୍ବାଦିକଙ୍କୁ ପ୍ରଶ୍ନ କଲେ ବିଜେପି ନେତା । ସମ୍ବାଦିକଙ୍କୁ ଏପରି କହିଛନ୍ତି ବିଜେପି ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟ । କୈଳାଶଙ୍କ ପୁଅ ଆକାଶ ବିଜୟବର୍ଗୀୟ ଗତକାଲି ଜଣେ ମହାନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟି ଗିରଫ ହୋଇଥିଲେ । ଆଉ ଏହି ଘଟଣା ପରେ କୈଳାଶଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଜଣେ ସମ୍ବାଦିକ ।

ତେବେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତକ୍ଷିପ୍ତ କୈଳାଶ କହିଥିଲେ ‘ଆପଣ କ’ଣ ଜଜ୍? ଏହା ସହ କହିଥିଲେ ଯେ ତାଙ୍କ ପୁଅ କେବେ ବି ଭୁଲ କାମ କରି ପାରିବ ନାହିଁ। ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ନିଜ ଉପରୁ ନିୟନ୍ତ୍ରଣ ହରାଇ କୈଳାସ ସାମ୍ବାଦିକଙ୍କୁ କହିଲେ ‘ଆପଣଙ୍କର ଔକାତ୍ କ’ଣ ?

ଏହା ସହ ପଢନ୍ତୁ ବିଜେପି ନେତାଙ୍କ ଦାଦାଗିରି, ବିଚ୍ ରାସ୍ତାରେ ସରକାରୀ ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟରେ ପିଟିଲେ

ସୂଚନାଯୋଗ୍ୟ ଯେ ଗତକାଲି ଆକାଶ ଜଣେ ସହଯୋଗୀଙ୍କ ଘରକୁ ଇନ୍ଦୋର ମହାନଗର ନିଗମର ଅଧିକାରୀମାନେ ଭାଙ୍ଗିବା ପାଇଁ ଯାଇଥିଲେ । କିନ୍ତୁ ଏଥିରେ ବାଧା ସୃଷ୍ଟି କରିବା ସହ ଜଣେ ଅଧିକାରୀଙ୍କୁ ବ୍ୟାଟରେ ପିଟିଥିଲେ ଆକାଶ । ଏହା ସହ ନିଗମ ଅଧିକାରୀଙ୍କ ଗାଡ଼ିକୁ ମଧ୍ୟ ଆକାଶଙ୍କ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ। ପରେ ପୁଲିସ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏବେ ଆକାଶଙ୍କୁ ଗିରଫ କରିଥିଲା ପୁଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.