ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମାଗାନ୍ଧିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା, ଗିରଫ ହେଲେ କାଳିଚରଣ ମହାରାଜ

ରାୟପୁର: ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମାଗାନ୍ଧିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା । ଗିରଫ ହେଲେ କାଳିଚରଣ ମହାରାଜ । ତାଙ୍କୁ ଖଜୁରାହୋରୁ ରାୟପୁର ପୋଲିସ ଗିରଫ କରିଛି । କାଳିଚରଣଙ୍କ ନାଁରେ ରାୟୁପୁରର ଦୁଇଟି ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ କରାଯାଇଥିବା ନେଇ ରାୟପୁର ଏଏସପି ଅଭିଷେକ ଅଭିଷେକ ମାହେଶ୍ୱରୀ ସୂଚନା ଦେଇଛନ୍ତି । ଖଜୋରାହର ଏକ ହୋଟେଲ ଥିଲେ କାଳିଚରଣ ।
ଭୋର ସାଢ଼େ ୪ଟା ବେଳେ ତାଙ୍କୁ ଗିରଫ କରିଛି ରାୟପୁର ପୋଲିସ । ସେଠାରୁ ତାଙ୍କୁ ରାୟପୁର ଅଣାଯାଉଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ମହାତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ପାଇଁ ରାୟପୁର ସମେତ ଦେଶର ବିଭିନ୍ନ ସ୍ଥାନରେ କାଳିଚରଣ ମହାରାଜଙ୍କ ନାଁରେ ମାମଲା ହୋଇଥିଲା । ରାୟପୁରର ଏକ ଧର୍ମସଭାରେ ସମ୍ବୋଧନ ବେଳେ ମହାତ୍ମା ଗାନ୍ଧିଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କାଳିଚରଣ ମହାରାଜ ।