୭ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କାମାକ୍ଷା ମନ୍ଦିର, ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଲେ ଭକ୍ତ

କରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ବନ୍ଦ ଥିବା କାମାକ୍ଷା ମନ୍ଦିର ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି। ଏନେଇ ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ମନ୍ଦିର ପ୍ରବନ୍ଧନ ସମିତିର ମୁଖ୍ୟ ଏମ୍‌.ସି.ଶର୍ମା କହିଛନ୍ତି ମନ୍ଦିରର ଗର୍ଭଗୃହ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଓ ସେମାନେ କେବଳ ପରିକ୍ରମା କରିପାରିବେ ଓ ମନ୍ଦିରର ମୁଖ୍ୟ ଦ୍ୱାର ବାହାରେ ପୂଜା କରିପାରିବେ। ଶ୍ରଦ୍ଧାଳୁଙ୍କୁ କରୋନା ଯୋଗୁ କଡ଼ା ପ୍ରୋଟୋକଲକୁ ପାଳନ କରିବାକୁ ପଡ଼ିବ।

ଆଜି ଦୀର୍ଘଦିନ ପରେ ମନ୍ଦିର ଖୋଲିବା ପରେ ପ୍ରଥମ ଦିନ ଖୁବ୍‌ କମ୍‌ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପହଞ୍ଚିଥିଲେ। ସମସ୍ତଙ୍କୁ ର‍୍ୟାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ(ଆରଏଟି) କରିବାକୁ ପଡ଼ିଛି। ସେମାନଙ୍କୁ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜର ଚ୍ୟାମ୍ବର ଦେଇ ଯିବାକୁ ପଡ଼ିଛି।

Kamakhya Devi

ଶର୍ମା କହିଛନ୍ତି ଗତ ତିନି ଦିନରେ ଯାଞ୍ଚ କରିଥିବା ଶ୍ରଦ୍ଧାଳୁ ନିଜ ରିପୋର୍ଟ ଦେଖାଇ ସିଧା ପାହାଡ଼ ଉପରକୁ ଦର୍ଶନ କରିବାକୁ ଯାଇପାରିବେ। ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସରରେ କେବଳ ୧୫ ମିନିଟ୍‌ ରହିବାକୁ ଅନୁମତି ମିଳିବ। ମନ୍ଦିର ସକାଳ ୮ଟାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ନବରାତ୍ରି ଓ ଦୁର୍ଗା ପୂଜା ବେଳେ ଦର୍ଶନ ସମୟ ପରିବର୍ତ୍ତନ ହେବ। ତେବେ ମନ୍ଦିରକୁ ଯିବା ବେଳେ ସୋସିଆଲ ଡିସ୍‌ଟାନ୍ସିଂକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.