କେନ୍ୟୁଜ୍: ୧୯ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାରରେ ଏମଏନଏମ ନେତା କମଳ ହାସନଙ୍କ ବୟାନକୁ ନେଇ ବିବାଦ । ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଥିଲା ଓ ସେ ନାଥୁରାମ ଗଡ଼ସେ ବୋଲି କହିଛନ୍ତି ସାଉଥ ସୁପରଷ୍ଚାର। ତାମିଲନାଡୁର ଅରିଭାକୁରିଚିରେ ୧୯ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ପ୍ରଚାର ସମୟରେ କମଲ ଏହା କହିଛନ୍ତି। ଜନସଭାକୁ ସମ୍ବୋଧନ ବେଳେ ଏଠାରେ କେବଳ ମୁସଲମାନ ଅଛନ୍ତି ବୋଲି ସେ ଏହି ପ୍ରସଙ୍ଗ ଉଠାଉ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ। ମହାତ୍ମାଗାନ୍ଧିଙ୍କୁ ହତ୍ୟା କରି ଗଡସେ ଆତଙ୍କବାଦର ଆରମ୍ଭ କରିଥିଲେ ବୋଲି କହିଛନ୍ତି କମଲ ହାସନ। ଏହି ସଭାରେ ମକ୍କଲ ନିଧି ମିୟାମ-ଏମଏନଏମ ପ୍ରାର୍ଥୀ ଏସ. ମୋହନରାଜ ମଧ୍ୟ ଉପସ୍ଥିତ ଥିଲେ। ୧୯ ସାଧାରଣ ନିର୍ବାଚନରେ ହିନ୍ଦୁ, ହିନ୍ଦୁତ୍ୱ ପ୍ରସଙ୍ଗ ଚରମ ସୀମାରେ ଥିବା ବେଳେ କମଲଙ୍କ ବୟାନ ନୂଆ ବିବାଦ ସୃଷ୍ଟି କରିଛି। କମଲ ହାସନଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ଟ୍ଵିଟ ମାଧ୍ୟମରେ ବଲିଉଡ ଅଭିନେତା ବିବେକ ଓବରାୟ କହିଛନ୍ତି, ଦେଶକୁ ବିଭାଜନ କରନ୍ତୁନି। ଏହା ଜଣେ ମହାନ କଳାକାରଙ୍କୁ ଜଣେ ଛୋଟ କଳାକାରର ନିବେଦନ ବୋଲି ସେ ଉଲ୍ଲେଖ କରିଛନ୍ତି ।