ଆମେ କରି ଦେଖେଇଛୁ ଜୋ, ଫୋନକଲରେ ବାଇଡେନଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ କମଲା

ଆମେରିକାର ଉପରାଷ୍ଟ୍ରପତି ପଦରେ ବସିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭଭ କମଳା ହ୍ୟାରୀସଙ୍କୁ ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓ ଟିରେ କମଳା ଏକ ଫୋନ କଲରେ ବାଇଡେନଙ୍କୁ କହୁଛନ୍ତିକି , “ଆମେ କରି ଦେଖେଇଛୁ ଜୋ” । ଆପଣ ସଂଯୁକ୍ତ ରାଷ୍ଟ୍ର ଆମେରିକାର ପ୍ରଥମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ୱାକ ବା ଭ୍ରମଣ ପାଇଁ ବାହାରିବା ସମୟରେ କମଳା ବାଇଡେନଙ୍କୁ ଏହି କଲ କରିଥିବା ଜଣାଯାଇଛି | କହିରଖିବା ଉଚିତ ହେବକି, ଶନିବାର ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ଜୋ ବାଇଡେନ ରାଷ୍ଟ୍ରପତି ହେବା ଏକ ପ୍ରକାର ସ୍ଥିର ହୋଇଯାଇଛି । ୫୩୮ ଇଲେକଟୋରାଲ ଭୋଟରୁ ବାଇଡେନଙ୍କୁ ମିଳିଛି ୨୯୦ ଟି ସିଟ ।

ଆମେରିକା ଇତିହାସରେ ବାଇଡେନ ସବୁଠୁ ବୟସ୍କ ରାଷ୍ଟ୍ରପତିର ମାନ୍ୟତା ପାଇବାକୁ ଯାଉଥିବା ବେଳେ କମଳା ପ୍ରଥମ କୃଷ୍ଣକାୟ ତଥା ପ୍ରଥମ ଏସିଆନ ଭାବରେ ଏହି ପଦରେ ବସିବାକୁ ଯାଉଛନ୍ତି । ନିଜ ପ୍ରଥମ ଉଦବୋଧନ ସଭାରେ ହ୍ୟାରୀସ କହିଛନ୍ତିକି, “ଏହି ପଦବୀରେ ବସିବାରେ ମୁଁ ପ୍ରଥମ ମହିଳା ହୋଇପାରେ କିନ୍ତୁ ଶେଷ ନୁହେଁ” । ଏକ ରାଲିରେ ସେ ଏହା ମଧ୍ୟ କହିଥିଲେ କି, ଆଜି ରାତିରେ ଆମେରିକାର ଛୋଟରୁ ଛୋଟ ଝିଅ ଟିଏ ନିଶ୍ଚିତ ରୂପେ ଅନୁଭବ କରିବ କି ଏହି ଦେଶ ହେଉଛି ସମ୍ଭାବନାର ଦେଶ ।

କହିରହିବା ଉଚିତ ହେବକି ଡୋନାଲ୍ଡ ଙ୍କ ସହ କଡ଼ା ଟକ୍କର ପରେ ବି ବାଇଡେନ ୱାସିଂଟନ, ଓରାଗାନ, କାର୍ଲିଫର୍ନିଆ, କୋଲୋରାଡୋ, ନ୍ୟୁ ମେକ୍ସିକୋ, ମିନେସଟା, ନ୍ୟୁୟର୍କ, ମିସିଗାନ, ପେନସିଲ ଭାନିଆ, ମେନ, ନ୍ୟୁ ଜର୍ସି, ଭର୍ଜିନିଆ ପରି ରାଜ୍ୟ ମାନଙ୍କରେ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରି ରାଷ୍ଟ୍ରପତି ପଦରେ ବସିବାକୁ ଯାଉଛନ୍ତି ।

 

Leave A Reply

Your email address will not be published.