ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଲା ହାରିସ୍

ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ-ହାରିସ୍ ଲଢ଼େଇ । କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଡେମୋକ୍ରାଟିକ୍ ପାର୍ଟି ତରଫରୁ କମଲାଙ୍କ ନାଁ ଘୋଷଣା କରାଯାଇଛି । ଦଳ ତାଙ୍କୁ ବିଶ୍ବାସ କରିଥିବାରୁ କମଲା ହ୍ୟାରିସ୍ ଖୁସୀ ବ୍ୟକ୍ତ କରିଛନ୍ତି। ଆମେରିକାର ଉପ-ରାଷ୍ଟ୍ରପତି ଥିବା କମଲା ହ୍ୟାରିସ୍ ‘ଏକ୍ସ’ରେ ପୋଷ୍ଟ ଏନେଇ କରି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ନଭେମ୍ବରରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଆଜି ସେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆବଶ୍ୟକ ଫର୍ମ ପୂରଣ କରିଥିବା କହିବା ସହ ଏଥର ଆମେରିକା ନିର୍ବାଚନ ଜିଣିବେ ବୋଲି ଆଶା ପ୍ରକାଶ କରିଛନ୍ତି । ପ୍ରତିଟି ଭୋଟ୍ ପାଇବା ପାଇଁ କଠିନ ପରିଶ୍ରମ କରିବେ । ନଭେମ୍ବରରେ ବିଜୟ ତାଙ୍କର ହିଁ ହେବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ୍ ।
ଏବେ ଉପ-ରାଷ୍ଟ୍ରପତି ଅଛନ୍ତି କମଲା ହାରିସ୍ । ଚାପ ପଡ଼ିବା ପରେ ବାଇଡେନ ରାଷ୍ଟ୍ରପତି ରେସରୁ ଓହରି ଯାଇଥିଲେ। ଏଥିସହ କମଳା ହାରିସଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ସୁପାରିସ କରିଥିଲେ। ଏହା ପରେ କମଳା ହାରିସ କ୍ୟାମ୍ପେନ ଆରମ୍ଭ କରି ଦେଇଥିଲେ। ତାଙ୍କ ସପକ୍ଷରେ ଡେମୋକ୍ରାଟଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ। ତାଙ୍କୁ ଗତକାଲି ସମର୍ଥନ ଘୋଷଣା କରିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ଆଜି କମଳା ହାରିସଙ୍କୁ ଡେମୋକ୍ରାଟ ପକ୍ଷରୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ତଥ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ମୁକାବିଲା ହେବ।
ପ୍ରଥମ ଭାରତୀୟ ମହିଳା ଓ ପ୍ରଥମେ ଅଶ୍ୱେତ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ପଦରେ ବସି ଇତିହାସ ରଚିଥିଲେ କମଳା ହାରିସ । ୨୦୨୦ ନଭେମ୍ବରରେ ହୋଇଥିବା ନିର୍ବାଚନରେ ଉପରାଷ୍ଟ୍ରପତି ପଦ ଜିତିବା ପରେ ୫୯ ବର୍ଷୀୟ କମଳା ହାରିସ କହିଥିଲେ, ସେ ଉପରାଷ୍ଟ୍ରପତି ପଦରେ ବସିଥିବା ପ୍ରଥମ ମହିଳା ହୋଇ ପାରନ୍ତି, ମାତ୍ର କେବେ ବି ଅନ୍ତିମ ହେବେନି । ଏବେ ସେ ରାଷ୍ଟ୍ରପତି ପଦ ପାଇଁ ମଇଦାନକୁ ଓହ୍ଲାଇଥିବା ବେଳେ ପୁଣି ଇରେ ଇତିହାସ ରଚି ପାରୁଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।