ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଗୋଟିଏ ମଞ୍ଚରେ ଜୋ ବିଡେନ୍‌ ଓ କମଲା ହାରିସ୍‌, ପ୍ରଥମ ପ୍ରତିକ୍ରିୟାରେ ଟ୍ରମ୍ପଙ୍କୁ କଲେ ଟାର୍ଗେଟ୍‌

ଆମେରିକା: ଆମେରିକା ନିର୍ବାଚନରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କ ନାଁ ଘୋଷିତ। ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌, ହାରିସ୍‌ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରାର୍ଥୀ ଘୋଷଣା ପରେ ଜୋ ବିଡେନ୍‌, ଆମେରିକାବାସୀଙ୍କୁ କମଲା ହାରିସ୍‌ଙ୍କ ପରିଚୟ କରାଇଛନ୍ତି । ହାରିସ୍‌ ମଧ୍ୟ ଜୋ ବିଡେନ୍‌ଙ୍କୁ ଧନ୍ୟବାଦ ଜଣାଇବା ସହ କାମ କରିବାକୁ ପ୍ରସ୍ତୁତ ଓ ତାଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଇବେ ବୋଲି କହିଛନ୍ତି ।

Trumpପ୍ରଥମ ପ୍ରତିକ୍ରିୟାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍‌ କରିଛନ୍ତି । କରୋନା ଭାଇରସ୍‌ ମୁକାବିଲାରେ ଟ୍ରମ୍ପ ବିଫଳ ହୋଇଥିବା କହିଛନ୍ତି କମଲା ହାରିସ୍‌ । ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାରେ ୫୫ବର୍ଷୀୟ କମଲା ହାରିସ ହେଉଛନ୍ତି ପ୍ରଥମ ଏସୀୟ ଆମେରିକୀୟ ।

Leave A Reply

Your email address will not be published.