ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ପ୍ରଥମ ଉପରାଷ୍ଟ୍ରପତି ହେବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍

କେନ୍ୟୁଜ୍(ବ୍ୟୁରୋ): ଇତିହାସ ରଚିଲେ କମଲା ହାରିସ । ସେ ହେବେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି । ଭାରତୀୟ ବଂଶୋଦ୍‌ଭବ କମଲା ହାରିସ ଆମେରିକାର ପ୍ରଥମ ମିହଳା ଉପରାଷ୍ଟ୍ରପତି ଭାବେ ଇତିହାସ ରଚିଲେ । ପ୍ରଥମ କୃଷ୍ଣକାୟ ଆମେରିକୀୟ ଓ ପ୍ରଥମ ଏସୀୟ ଆମେରିକୀୟ ଭାବେ ମଧ୍ୟ ସେ ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି ।

ବିଜୟ ପରେ ଆମେରିକାକୁ ଧନ୍ୟବାଦ ଜଣାଇଲେ କମଲା ହାରିସ୍‌ । ଟ୍ଵିଟ୍‌ କରି କହିଛନ୍ତି, ଏହି ମହାନ ଦେଶର ନେତୃତ୍ୱ ନେବାକୁ ମୋତେ ନିର୍ବାଚିତ କରି ସମ୍ମାନିତ କରିଛି ଆମେରିକା। ସାମ୍ନାରେ ବହୁ କଠିନ କାମ ରହିଛି । ଏସବୁ ଏବେ ଆରମ୍ଭ ହେବ । ବାଇଡେନ୍‌ଙ୍କ ଠାରୁ ତାଙ୍କ ପାଇଁ ଏହି ନିର୍ବାଚନ ଅଧିକ କିଛି ଥିଲା ବୋଲି କମଲା ହାରିସ କହିଛନ୍ତି । ଆମେରିକାବାସୀଙ୍କ ବିଶ୍ୱାସ ରଖିବେ ବୋଲି ଟ୍ଵିଟ୍‌ କରିଛନ୍ତି କମଲା ହାରିସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.