ଇଛା ମୃତ୍ୟୁ ପାଇଁ ଉପବାସ, ୮୨ ବର୍ଷରେ ଧର୍ମ ପାଳନ କରୁଛନ୍ତି କାଞ୍ଚନ ଦେବୀ

ସୁରଟ୍‌ : ଇଛା ମୃତ୍ୟୁ ପାଇଁ ଉପବାସ । ମେ ୧୧ରୁ ଇଛା ମୃତ୍ୟୁ ପାଇଁ ଆରମ୍ଭ ଉପବାସ କରିଛନ୍ତି ଜୈନ୍ ସମ୍ପ୍ରଦାୟର ୮୨ ବର୍ଷୀୟା କାଞ୍ଚନ ଦେବୀ ବୈଦ । କାଞ୍ଚନ ଦେବୀ ନିଜର ଇଚ୍ଛାରେ ଜୀବନ ହାରିବାକୁ ଚାହିଁଛନ୍ତି । ତେଣୁ ଏହି ଉପବାସ ଆରମ୍ଭ କରିଛନ୍ତି । ଏହାକୁ ଜୈନ ଧର୍ମରେ ସନ୍ଥରା ବୋଲି କୁହାଯାଏ । ସନ୍ଥରାର ଅର୍ଥ ସମସ୍ତ କର୍ମକୁ ତ୍ୟାଗ କରି ମୋକ୍ଷ ପ୍ରାପ୍ତ ହେବା । ଆଉ ଏହାକୁ ପାଳନ କରୁଥିବା ପ୍ରତ୍ଯେକ ବ୍ଯକ୍ତି କୌଣସି ଖାଦ୍ଯ ବା ପାଣି ଗ୍ରହଣ କରନ୍ତି ନାହିଁ । ଏହି ପୂରା ପ୍ରକ୍ରିୟାକୁ ‘ଫେଷ୍ଟିଭାଲ ଅଫ୍‌ ଡେଥ୍‌’ ବୋଲି ମଧ୍ୟ କୁହାଯାଏ ।

ଅନ୍ଯପଟେ କାଞ୍ଚନ ଦେବୀଙ୍କ ନାତୁଣୀ ନିବେଦିତା କହିଛନ୍ତି, “ସନ୍ଥରା ଆମ ସଂସ୍କୃତିର ଏକ ଅଂଶ । ଏହା ଆମ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଆମ ପରିବାର ଲୋକମାନେ ଏହାକୁ ପାଳନ କରିଥିବା ମୁଁ ଶୁଣିଥିଲି। କିନ୍ତୁ ପ୍ରଥମଥର ପାଇଁ ମୁଁ ଆଖି ସାମ୍ନାରେ ଏମିତି ଘଟଣା ଦେଖୁଛି। ଏହା ଦେଖିବା ସହଜ ନୁହେଁ । ହେଲେ ମୋ ଜେଜେମା’ ଏହାଦ୍ୱାରା ମୋକ୍ଷ ପାଇପାରିବେ।” ଏବେ ଲୋକମାନେ ବୃଦ୍ଧାଙ୍କ ଘରକୁ ଯାଇ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.