ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ପରେ ସିଆଲଦା ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ, ବସ୍‌ ମାଧ୍ୟମରେ ଘରକୁ ଗଲେ ଯାତ୍ରୀ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର ୧୨ ଘଣ୍ଟା ମଧ୍ୟ ଦାର୍ଜିଲିଂ ରୁଟରେ ଥିବା ରେଳ ଟ୍ରାକ୍ ମରାମତି କାମ ସରିଛି । ରେଳ ସେବା ପୁଣି ଥରେ ଆରମ୍ଭ ହୋଇଛି ।

ଖବର ମୁତବାକ, କାଞ୍ଚନଜଙ୍ଗା ଏକ୍ସପ୍ରେସର ଦୁର୍ଘଟଣାର ଶିକାର ହୋଇଥିବା ତିନୋଟି ବଗିକୁ ଛାଡି ବାକି କାଞ୍ଚନଜଙ୍ଗା ଏକ୍ସପ୍ରେସ ଆଜି ଭୋରୁ ସିଲଦାଠାରେ ପହଞ୍ଚିଥିଲା, ପରେ ଯାତ୍ରୀମାନଙ୍କୁ ବସ୍ ମାଧ୍ୟମରେ ସେମାନଙ୍କ ଘରକୁ ପଠାଯାଇଥିଲା । ଯଦିଓ ମାଲଗାଡି ଟ୍ରେନ୍ ଡ୍ରାଇଭରଙ୍କ ଅବହେଳା ଯୋଗୁ ଏହି ଟ୍ରେନ୍ ଦୁର୍ଘଟଣାର ଘଟିଥିବା କୁହାଯାଉଛି, ତଥା ରେଳ ମନ୍ତ୍ରଣାଳୟ ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରିଛି ।

ସୂଚନାଯୋଗ୍ୟ, ଟ୍ରେନ ନଂ ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦା ଯାଉଥିଲା । ଏହି ସମୟରେ ଏକ ମାଲବାହୀ ଗାଡି ଟ୍ରାକରେ ଠିଆ ହୋଇଥିବା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଇଥିଲା । ରେଳେଓ୍ଵ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଏଥିସହ ଗୁରୁତରଙ୍କୁ ୨.୫ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଏହି ଟ୍ରେନ୍ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।

ତେବେ ଦୁର୍ଘଟଣା ସମୟରେ ସବୁ ଲୋକ ଶୋଇଥିଲେ । ଝଟକା ଲାଗିବାରୁ ନଦ ଭାଙ୍ଗିଥିଲା ଆଉ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି ବୋଲି ଜଣାପଡିଥିଲା । ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।
ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଦୁର୍ଘଟଣାରେ ଗୋଟିଏ ବଗି ଉପରେ ଆଉ ଗୋଟିଏ ବଗି ଚଢ଼ି ଯାଇଥିଲା । କିଛି ବଗି ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇ ଯାଇଥିଲା ।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତଙ୍କୁ ସାକ୍ଷାତ କରି ସହାୟତା କରିବା ପାଇଁ ଆଶ୍ୱାସନା ଦେଇଛନ୍ତି ।

Leave A Reply

Your email address will not be published.