ଫ୍ରାନ୍ସ ଆତଙ୍କୀ ଆକ୍ରମଣ ମାମଲା : ମାଲେସିଆ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କଙ୍ଗନା, କହିଲେ ଏହି ଲୋକ ରକ୍ତ ପିପାସୁ

କିଛିଦିନ ତଳେ ଫ୍ରାନ୍ସର ନିସ୍‌ ସହରରେ ଥିବା ଏକ ଚର୍ଚ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଆକ୍ରମଣ ପରେ ମାଲେସିଆ ପୂର୍ବ ପ୍ରଧାନମନ୍ତ୍ରୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଫ୍ରାନ୍ସରେ ହେଉଥିବା ଏହି ଆକ୍ରମଣକୁ ଟ୍ଵିଟ୍‌ କରି ଠିକ୍‌ ବୋଲି କହିଛନ୍ତି ।

kanganaa

ତେବେ ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସେ ତାଙ୍କର ଟ୍ଵିଟ୍‌କୁ ଡିଲିଟ୍‌ କରି ଦେଇଛନ୍ତି । ମହମ୍ମଦଙ୍କ ଏପରି ଟ୍ଵିଟ୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବଲିଊଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ତାଙ୍କୁ ରକ୍ତ ପିପାସୁ ବ୍ୟକ୍ତି ବୋଲି କହିଛନ୍ତି । କଙ୍ଗନା ଟ୍ଵିଟ୍‌ କରି ଲେଖିଛନ୍ତି ‘ଏହି ବ୍ୟକ୍ତି ରକ୍ତ ପିପାସୁ ଅଟନ୍ତି ।

ଏହା ଏକ ମୂର୍ଖତାପୂର୍ଣ୍ଣ ଯୁକ୍ତି ଅଟେ । ସେହି ହିସାବରେ ଅତୀତରେ ହୋଇଥିବା ହିନ୍ଦୁମାନଙ୍କ ନରସଂହାର ପାଇଁ ଇସାଇ ଓ ମୁସଲ୍‌ମାନଙ୍କୁ ମାରିବା କ’ଣ ଅଧିକାର ଅଟେ କି ? ଦେଶର ଏକ ରାଷ୍ଟ୍ରପତି ହିସାବରେ ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ କଥା ।’
କଙ୍ଗନା ତାଙ୍କର ଟ୍ଵିଟ୍‌ରେ ମହାତିର ମୋହମ୍ମଦଙ୍କୁ ଭୁଲ୍‌ରେ ରାଷ୍ଟ୍ରପତି କହି ଦେଇଥିବାରୁ ଭୁଲ୍‌ ସ୍ୱୀକାର କରିଥିଲେ । ପରେ ଏହାକୁ ଠିକ୍‌ କରି ଲେଖିଛନ୍ତି ‘ରାଷ୍ଟ୍ରପତି ନୁହଁନ୍ତି ପ୍ରଧାନମନ୍ତ୍ରୀ ।

ପ୍ରକାଶଯୋଗ୍ୟ ଯେ ଫ୍ରାନ୍ସର ଏକ ଚର୍ଚ୍ଚରେ ଜଣେ ଆତଙ୍କୀ ଛୁରୀ ଦ୍ୱାରା ୩ ଜଣଙ୍କୁ ଅତି ବର୍ବରତାର ସହ ହତ୍ୟା କରିଦେବା ପରେ ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣାକୁ ମହାତିର ଠିକ୍‌ ବୋଲି କହିଥିଲେ । ସେ ଏକ ଟ୍ଵିଟ୍‌ରେ ‘ଅତୀତରେ ହୋଇଥିବା ନରସଂହାରକୁ ଦେଖି ମୁସଲମାନ୍‌ଙ୍କୁ କ୍ରୋଧ ହେବା ଓ ଫ୍ରାନ୍ସ ଲୋକଙ୍କୁ ହତ୍ୟା କରିବା ଠିକ’ ବୋଲି ଲେଖିଥିଲେ । ସାରା ବିଶ୍ୱରେ ପ୍ରତିକ୍ରିୟା ଦେଖି ପରେ ଏହାକୁ ଡିଲିଟ୍‌ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.