କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ

ଚଣ୍ଡିଗଡ଼ ବିମାନବନ୍ଦରରେ ବିଜେପିର ନବନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା । ଏଭଳି ଅଭିଯୋଗ ଆଣିଛନ୍ତି କଙ୍ଗନା । ତାଙ୍କ ତରଫରୁ ଦିଆଯାଇଥିବା ଅଭିଯୋଗ ଅନୁସାରେ, ସେ ଚଣ୍ଡିଗଡ଼ ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଆସିବାର ଥିଲା । ଯେତେବେଳେ ସେ ସୁରକ୍ଷା ଯାଞ୍ଚ ପରେ ବୋର୍ଡିଂ ପାଇଁ ଯାଉଥିଲେ, ସେହି ସମୟରେ ସିଆଇଏସ୍ଏଫ୍ ୟୁନିଟ୍ ଚଣ୍ଡିଗଡ଼ ବିମାନବନ୍ଦରର ଜଣେ ଯବାନ ତାଙ୍କୁ ଚାପୁଡ଼ା ମାରିଥିଲେ ।
ଏହା ପରେ କଙ୍ଗନା ରାଣାଓ୍ଵତଙ୍କ ସହ ଯାତ୍ରା କରୁଥିବା ମୟାଙ୍କ୍ ମଧୁର ଯବାନଙ୍କୁ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ସିଆଇଏସ୍ଏଫ୍ ଯବାନଙ୍କୁ ଅଟକ ରଖାଯାଇଛି ।