Kangana vs Congress: କଙ୍ଗନା ବନାମ କଂଗ୍ରେସ: ଲକ୍ଷ୍ନୌରେ ପ୍ରତିବାଦ ମଧ୍ୟରେ ପୁଲିସ ଇନ୍ସପେକ୍ଟରଙ୍କ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ମହିଳା ପଦାଧିକାରୀ ଓ କର୍ମୀମାନେ ଲକ୍ଷ୍ନୌରେ ବିଜେପି ସାଂସଦ କଙ୍ଗନା ରଣାୱତଙ୍କ କୁଶପୁତ୍ତଳିକା ଦାହ କରିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଉତ୍ତର ପ୍ରଦେଶ ପୁଲିସର ଜଣେ ଇନ୍ସପେକ୍ଟର ବିପଦକୁ ଖାତିର ନକରି କୁଶପୁତ୍ତଳିକାର ଏକ ଅଂଶ ଛଡ଼ାଇ ନେଇ ସେଠାରୁ ଦୌଡ଼ି ପଳାଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି ଯେ, ଲକ୍ଷ୍ନୌରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ମହିଳା କର୍ମୀମାନେ କଙ୍ଗନା ରଣାୱତଙ୍କ କୁଶପୁତ୍ତଳିକା ଜାଳିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଇନ୍ସପେକ୍ଟର ତତ୍ପରତା ଦେଖାଇ ଜଳୁଥିବା କୁଶପୁତ୍ତଳିକାର ଏକ ଅଂଶ ଭିଡି ନେଇ ଦୌଡ଼ି ଯାଇଥିଲେ ।
କଂଗ୍ରେସର ମହିଳା ପଦାଧିକାରୀ ଓ କର୍ମୀମାନଙ୍କ ଅଭିଯୋଗ ହେଉଛି, କଙ୍ଗନା ରଣାୱତ ଦେଶର ଝିଅମାନଙ୍କୁ ‘ଗଟର ଛାପ’ ବୋଲି କହି ମହିଳା ଓ ଯୁବତୀମାନଙ୍କ ଅପମାନ କରିଛନ୍ତି । ସେମାନେ ବିଜେପି ସାଂସଦଙ୍କୁ ସାର୍ବଜନୀନ ଭାବେ କ୍ଷମା ମାଗିବାକୁ ଦାବି କରିଛନ୍ତି ।
ଅଭିନେତ୍ରୀ ଓ ବିଜେପି ସାଂସଦ କଙ୍ଗନା ରଣାୱତ ଯୁବ ହିନ୍ଦୁ ମହିଳାମାନଙ୍କ ଜୀବନଶୈଳୀ ଓ ଭାଷାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ କରିଥିଲେ । ସେ ସେମାନଙ୍କୁ ‘ଜେନେରେସନ ଗଟର’ ବୋଲି କହିଥିବା ଅଭିଯୋଗ ହୋଇଛି, ଯାହା ପରେ ବିବାଦ ସୃଷ୍ଟି ହୋଇଥିଲା । କଂଗ୍ରେସ କହିଛି ଯେ ବିଜେପି ମହିଳା ସଂରକ୍ଷଣ ନାଁରେ କେବଳ ଦେଖାଣିଆ ରାଜନୀତି କରୁଛି । ଏହାର ପ୍ରତିବାଦରେ ଲକ୍ଷ୍ନୌର ମଲ୍ ଆଭେନ୍ୟୁ ଛକରେ କଂଗ୍ରେସର ମହିଳା କର୍ମୀମାନେ ପ୍ରଦର୍ଶନ କରିବା ସହ କଙ୍ଗନା ରଣାୱତଙ୍କ କୁଶପୁତ୍ତଳିକା ଦାହ କରିବାକୁ ଚେଷ୍ଟା କରିଥିଲେ । ସେତେବେଳେ ଡ୍ୟୁଟିରେ ଥିବା ପୁଲିସ ଇନ୍ସପେକ୍ଟର ଜଳୁଥିବା କୁଶପୁତ୍ତଳିକାର ଏକ ଅଂଶ ଟାଣି ନେଇ ଦୌଡ଼ି ପଳାଇଥିଲେ ।
ଏପଟେ, ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ସମାଲୋଚନାର ସମ୍ମୁଖୀନ ହୋଇଥିବା କଙ୍ଗନା ରଣାୱତ ବୁଧବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିଲେ । ସେ ଏହି ସମଗ୍ର ଘଟଣାକ୍ରମକୁ ନେଇ ଗଣମାଧ୍ୟମ ଓ ନିଜକୁ ନାରୀବାଦୀ ବୋଲି କହୁଥିବା କିଛି ଲୋକଙ୍କୁ ତୀବ୍ର ସମାଲୋଚନା କରିଥିଲେ ।
କଙ୍ଗନା କହିଥିଲେ ଯେ ଭଦ୍ରତା ଓ ମର୍ଯ୍ୟାଦାକୁ ଅବହେଳା କରିବାର ସ୍ଥାନ ସମାଜରେ ନାହିଁ । ଯଦି କେହି ମର୍ଯ୍ୟାଦାରେ ରହିପାରୁନାହାନ୍ତି, ତେବେ ସେମାନେ ନିଜ କୋଠରୀ ମଧ୍ୟରେ ସୀମିତ ରହିବା ଉଚିତ । ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେହି କେହି ନିଜର ‘ଏଗଜାମ ବଡି’ ବୋଲି ମାନନ୍ତି, ଅନେକ ଲୋକ ତାଙ୍କୁ ନିଜ ନେତା, ଆଦର୍ଶ କିମ୍ବା ଆରାଧ୍ୟ ବୋଲି ଭାବନ୍ତି । ତେଣୁ ସମସ୍ତଙ୍କ ଭାବନାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ ।
A UP police inspector made a “heroic effort” in the line of duty while snatching and running away with a portion of the effigy of BJP MP Kangana Ranaut. Happened when Congress workers tried to burn Ranaut’s effigy at party office in Lucknow. pic.twitter.com/BLgCjJugyB
— Piyush Rai (@Benarasiyaa) July 29, 2026
Also Read: Cockroach Party: ଅନଲାଇନ୍ ରାଜନୀତିରେ ନୂଆ ଚର୍ଚ୍ଚା, ଭାରତ ପରେ ପାକିସ୍ତାନରେ କକରୋଚ୍ ପାର୍ଟି ଗଠନ