କଂଗ୍ରେସରେ ସାମିଲ ହେଲେ କହ୍ନେୟା କୁମାର ଓ ଜିଗ୍ନେଶ ମୱାନି

ନୂଆଦିଲ୍ଲୀ(କେ ନ୍ୟୁଜ);  କଂଗ୍ରେସରେ ମିଶିଲେ ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନି । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଭୟ ହାତ ଧରିଛନ୍ତି । ଏହି ଅବସରରେ ରାହୁଳ ଗାନ୍ଧୀଙ୍କ ସମେତ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା, ବରିଷ୍ଠ ନେତା କେକେ ଭେନୁଗୋପାଲ ଉପସ୍ଥିତ ଥିଲେ । କହ୍ନେୟା କୁମାର କଂଗ୍ରେସକୁ ପ୍ରଶଂସା କରିବା ସହ ଏହା କେବଳ ଦଳ ନୁହେଁ ଏକ ଆଦର୍ଶ ବୋଲି କହିଥିଲେ । ସୂଚନା ଅନୁସାରେ ବିହାର ରାଜନୀତିରେ କହ୍ନେୟା କୁମାରଙ୍କୁ କଂଗ୍ରେସ ଗୁରୁ ଦାୟିତ୍ୱ ଦେବ ।

୨୦୧୯ ଲୋକସଭା ନିର୍ବାଚନ ବେଳେ ବେଗୁସରାଇରୁ ସିପିଆଇ ପ୍ରାର୍ଥୀ ଭାବେ ଲଢି କହ୍ନେୟା ବିଜେପିର ହେଭିୱେଟ ଗିରିରାଜ ସିଂହଙ୍କ ଠାରୁ ପରାସ୍ତ ହୋଇଥିଲେ । ମୋଦି ସରକାରଙ୍କୁ ନେଇ କହ୍ନେୟାଙ୍କ ଆଭିମୁଖ୍ୟକୁ ଯୁବବର୍ଗ ପସନ୍ଦ କରୁଛନ୍ତି । ସେହିଭଳି ଆସନ୍ତାବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ଜିଗ୍ନେଶ ମେୱାନିଙ୍କୁ ଦଳରେ ସାମିଲ କରାଯାଇଛି । ଜିଗ୍ନେଶଙ୍କ ଭଳି ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ଗୁଜୁରାଟରେ ଶକ୍ତି ବଢାଇବାକୁ ଚାହୁଁଛି କଂଗ୍ରେସ । ପଟିଦାର ଆନ୍ଦୋଳନରୁ ଜିଗ୍ନେଶଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.