ସୁନ୍ଦରୀ ସୁନା ସ୍ମଗଲରଙ୍କ ଅଦ୍ଭୁତ ଟ୍ରିକ, ତସ୍କରୀ ପାଇଁ ବ୍ୟବହାର କରୁଥିଲେ ମୋଡିଫାଏଡ ଜ୍ୟାକେଟ ସହ ସ୍ବତନ୍ତ୍ର ବେଲ୍ଟ

କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୋମବାର ଗିରଫ କରାଯାଇଛି । ସୁନା ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଆଜି କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କ ବେଲ୍ ଆବେଦନର ଶୁଣାଣି । ବେଙ୍ଗାଲୁରୁର ଏକ କୋର୍ଟରେ ହେବ ଶୁଣାଣି । ବର୍ତ୍ତମାନ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଅଛନ୍ତି ରାନ୍ୟା ।

ଗତକାଲି ବେଙ୍ଗାଲୁରୁ ବିମାନବନ୍ଦରରୁ ଅଭିନେତ୍ରୀ ରାନ୍ୟା ଗିରଫ ହୋଇଥିଲେ । ୧୫ କେଜି ସୁନା ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ଡିଆରଆଇ। ରାନ୍ୟା ଗତ ବର୍ଷକ ମଧ୍ୟରେ ପ୍ରାୟ ୩୦ ଥର ଦୁବାଇ ଯାଇଥିଲେ ରାନ୍ୟା । ଏକ କିଲୋ ସୁନା ବଦଳରେ ପାଉଥିଲେ ଏକ ଲକ୍ଷ ଟଙ୍କା । ପ୍ରତି ଟ୍ରିପରେ ପ୍ରାୟ ୧୨ ରୁ ୧୩ ଲକ୍ଷ ଟଙ୍କା ପାଉଥିଲେ । ଜାନୁଆରୀ ୨୦୨୫ରୁ ଲଗାତାର ଗଲ୍ଫ ଦେଶକୁ ରାନ୍ୟା ୧୦ରୁ ଅଧିକ ଥର ଯାତ୍ରା କରିଛନ୍ତି । ତେବେ ସେ ଗତ ୧୫ ଦିନ ଭିତରେ ୪ ଥର ଦୁବାଇ ଯାଇଛନ୍ତି । ଆଉ ଏହି ସମୟରେ ସେ ଗୋଟେ ପ୍ରକାରର ଡ୍ରେସ ପିନ୍ଧି ଯାଇଥିଲେ । ସୁନା ତସ୍କରୀ ପାଇଁ ସେ ମୋଡିଫାଏଡ ଜ୍ୟାକେଟ ସହ ସ୍ବତନ୍ତ୍ର ବେଲଟ ବ୍ୟବହାର କରୁଥିଲେ ।

ରାନ୍ୟାଙ୍କ ବେଙ୍ଗାଲୁରୁ ଘରେ ଚଢାଉ କରି ପ୍ରାୟ ଦୁଇ କୋଟିର ଟଙ୍କାର ସୁନା ଅଳଙ୍କାର ଏବଂ ୨କୋଟି ୬୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଅଭିନେତ୍ରୀ ରାନ୍ୟା କର୍ଣ୍ଣାଟକର ପୋଲିସ ହାଉସିଂ କର୍ପୋରେସନର ଡିଜି କେ ରାମଚନ୍ଦ୍ର ରାଓଙ୍କ ଝିଅ । ତେବେ ଏହି ଘଟଣାରୁ ନିଜକୁ ଦୂରେଇ ରଖିଛନ୍ତି ରାନ୍ୟାଙ୍କ ବାପା । କହିଛନ୍ତି, ତାଙ୍କ ଝିଅ ତାଙ୍କ ସ୍ୱାମୀଙ୍କ ସହିତ ପୃଥକ ଭାବରେ ରହୁଥିଲେ । ତେବେ ଡିଜିପି ରାମଚନ୍ଦ୍ର ରାଓ ବହୁ ବର୍ଷ ପୂର୍ବେ ମଇସୁରୁରେ ଏକ ସୁନା ଚାଲାଣ ଡକାୟତି ସହିତ ଜଡିତ ଥିଲେ ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ରାନ୍ୟା ସୁନା ତସ୍କରୀରେ ସାମିଲ ଥିବା ଖବର ପାଇଥିଲେ ଡିଆରଆଇ ଅଧିକାରୀ । ଏହାକୁ ନେଇ ତାଙ୍କ ଉପରେ ସନ୍ଦେହ ବଢିଥିଲା । ରାନ୍ୟାଙ୍କ ଉପରେ ନଜର ରଖିଥିଲେ ଡିଆରଆଇ ଟିମ୍‌ । ରାନ୍ୟା ସବୁ ଥର ତାଙ୍କ ବାପାଙ୍କ ପରିଚୟ ଦେଇ ଯାଞ୍ଚରୁ ବଞ୍ଚି ଆସୁଥିଲେ । କିନ୍ତୁ ଏଥର ଅଭିନେତ୍ରୀ ରାନ୍ୟା ସୁନା ନେଇ ଦୁବାଇରୁ ବେଙ୍ଗାଲୁରୁ ଫେରୁଥିବା ଖବର ପାଇଥିଲା ଡିଆରଆଇ । ବିମାନବନ୍ଦରରେ ତାଙ୍କ ଉପରେ ମାଡି ବସିଥିଲେ ଡିଆରଆଇ ଅଧିକାରୀ । ଯାଞ୍ଚ ବେଳେ ତାଙ୍କ ଠାରୁ ୧୪ କେଜି ୮୦୦ଗ୍ରାମ ସୁନା ଜବତ ହୋଇଛି ।

Also Read : ସୁନା ମୁଦ୍ରା ଚୋରା ଚାଲାଣ କରୁଥିଲେ, ବିମାନ ବନ୍ଦରରୁ ଗିରଫ ହେଲେ କନ୍ନଡ ଅଭିନେତ୍ରୀ