“ମୋ ପୁଅ ଆତଙ୍କବାଦୀ, ତାକୁ ଶୀଘ୍ର ମାରିଦିଅ”, କାନ୍ଦି କାନ୍ଦି କହିଲା ମା’

ଉତ୍ତର ପ୍ରଦେଶ ସ୍ଥିତ କାନପୁର ଠାରେ ସିଓଙ୍କ ସମେତ ୮ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କ ବିଷୟରେ ଏକ ସତ ସାମ୍ନାକୁ ଆସିଛି  । ବିକାଶଙ୍କୁ ଖୋଜି ଖୋଜି ପୋଲିସ ତାଙ୍କ କୃଷ୍ଣ ନଗର ଅଞ୍ଚଳରେ ମାଁ ଓ ଭାଇ ବାସ କରୁଥିବା ଘରେ ପହଂଚିବା ସମୟରେ ସେଠାରେ ବିକାଶଙ୍କ ମାଁ ସରଳା ଦୁବେଙ୍କ ସହ ତାଙ୍କର ଭେଟ ହୋଇଥିଲା । ସେଠାରେ ମାଁଙ୍କ ସହ କଥା ହେଉଥିବା ସମୟରେ ବିକାଶ ବାବଦରେ ମାଁଙ୍କ ବୟାନ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୋଲିସ । ପୋଲିସ ଠାରୁ ସମ୍ପୂର୍ଣ୍ଣ ଘଟଣା ଶୁଣିବା ପରେ ସରଳା ଦୁବେ କହିଥିଲେକି ତାଙ୍କ ପୁଅ ହେଉଛି ଜଣେ ଅପରାଧୀ । ଏହି ରାସ୍ତା ଛାଡ଼ି ଦେବା ପାଇଁ ପୂର୍ବରୁ ଅନେକ ବୁଝାଇଥିଲେ ମଧ୍ୟ ସେ ଏହି ରାସ୍ତା ଛାଡ଼ିବାକୁ ରାଜି ହୋଇନଥିଲା ତାଙ୍କ ପୁଅ । ସେ ଯାହା ବି କରିଛି, ସେଥିପାଇଁ ମୃତ୍ୟୁ ଦଣ୍ଡ ବି ହୁଏତ କମ ହେବ ।

vikash dubey

ସେ ସମ୍ପୂର୍ଣ୍ଣ ରୂପେ ଏକ ଆତଙ୍କବାଦୀ ପାଲଟି ଯାଇଛି । ତାକୁ ଯଥାଶୀଘ୍ର ମାରିଦେବା ଉଚିତ । ପୋଲିସ ନିକଟରେ ପୁଅ ବାବଦରେ ଏତିକି କହିବା ପରେ କାନ୍ଦି କାନ୍ଦି ଗଡ଼ିଯାଇଥିଲେ ବିକାଶଙ୍କ ମାଁ ।ସେ ଆହୁରି ମଧ୍ୟ କହିଛନ୍ତିକି, ଲକ ଡାଉନ ଜାରି ହେବା ପୂର୍ବରୁ ହିଁ ତାଙ୍କର ବିକାଶ ସହିତ ଦେଖା ହୋଇଥିଲା । ବିକାଶ ନିଜ ପତ୍ନୀ ଓ ଛୁଆଙ୍କ ସହ ଅନ୍ୟ ଏକ ସ୍ଥାନରେ ବାସ କରୁଛି । ପୁଅର ଏପରି କାର୍ଯ୍ୟକଳାପ ପାଇଁ ପୂରା ପରିବାରକୁ ବଦନାମ ସହିବାକୁ ପଡୁଥିବାରୁ ସେ ଖୁବ ଦୁଃଖିତ ଅଛନ୍ତି । ସେ ଏହା ବି କହିଛନ୍ତିକି, ଯଦି ପରିବାରର ଜଣେ ବି ସଦସ୍ୟ ଅବାଟରେ ଯାଏ ତେବେ ପୂରା ପରିବାରକୁ ବଦନାମୀ ମୁଣ୍ଡାଇବାକୁ ପଡିଥାଏ । ତାଙ୍କ ପରିବାର ସହ ବି ସମାନ ଘଟଣା ଘଟିଛି । ବିକାଶଙ୍କ ମାଁ କହିଛନ୍ତିଯେ, ଅନେକ ଦିନ ହେବ ସେ ବିକାଶଙ୍କ ସହ ରହୁନାହାନ୍ତି ।

ଆଣ୍ଠୁ ଯନ୍ତ୍ରଣା ଚିକିତ୍ସା ନେଇ ସେ ନିଜ ସାନ ପୁଅ ଦୀପ ପ୍ରକାଶଙ୍କ ପାଖରେ ହିଁ ରହୁଛନ୍ତି । ସେଠାକୁ ଥରେ ହେଲେ ବି ନିଜ ରୋଗୀଣା ମାଁଙ୍କୁ ଭେଟିବାକୁ ଆସିନାହିଁ ନାହିଁ ବିକାଶ । ଜେଲ ରୁ ଫେରିବା ପରେ ମାଁଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିନି ବିକାଶ । ମା’ ଙ୍କ କହିବା ଅନୁଯାୟୀ, ନିଜ ରାଜନୀତିକ ଅଭିଳାଷକୁ ପୂରଣ କରିବା ପାଇଁ ହିଁ ସେ ଅପରାଧିକ ରାସ୍ତାରେ ପାଦ ଦେଇଥିଲେ । ବିଧାୟକ ହେବାକୁ ଚାହୁଁଥିଲେ ବିକାଶ । ବିକାଶ ଯେ ନିଜେ ହିଁ କେବଳ ଅପରାଧ ଦୁନିଆରେ ପାଦ ରଖିଛି ତାହା ନୁହେଁ । ନିଜ ଗାଁର ଅନେକ ଯୁବକଙ୍କୁ ମଧ୍ୟ ଏଥିରେ ସାମିଲ କରିଛି ।

Leave A Reply

Your email address will not be published.