ଦେଶ ବିଦେଶ

କଂଗ୍ରେସକୁ ବଡ ଝଟକା ! ହାତ ଛାଡି ସାଇକେଲ ଚଲେଇବେ ସିବଲ

ଆଜି କଂଗ୍ରେସ ଦଳକୁ ଏକ ବଡ ଝଟକା ଲାଗିଛି କହିଲେ ଚଳେ । ପାର୍ଟିର ବରିଷ୍ଠ ନେତା ଓ ପୂର୍ବ କେନ୍ଦ୍ରମନ୍ତ୍ରୀ କପିଳ ସିବଲ କଂଗ୍ରେସକୁ ନିଜ ଇସ୍ତଫା ପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ଯାଇ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଏହା ସହ ସିବଲ ସମାଜବାଦୀ ପାର୍ଟି ଟିକେଟରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି । ସେପଟେ ସପା ଅଧ୍ୟକ୍ଷ ଅଖିଳେସ ଯାଦବ ସମ୍ବାଦଦାତା ମାନଙ୍କୁ କହିଛନ୍ତିକି ଶ୍ରୀ ସିବଲ ପାର୍ଟିର ସମର୍ଥନରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ସମୟରେ ତାଙ୍କ ସହ ସପା ଅଧ୍ୟକ୍ଷଙ୍କ ସହ ପାର୍ଟିର ପ୍ରମୁଖ ମହାସଚିବ ରାମଗୋପାଳ ଯାଦବ ତଥା ଅନ୍ୟ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ । ନାମାଙ୍କନ

ଦାଖଲ କରିବା ପରେ ସିବଲ ସ୍ପଷ୍ଟ କରିଛନ୍ତିକି, ସେ ଜଣେ ନିର୍ଦ୍ଦଳିୟ ପ୍ରତ୍ୟାଶୀ ଭାବେ ନାମାଙ୍କନ ଭରିଛନ୍ତି । ଆଉ ଅଖିଲେଶ ଯାଦବଙ୍କୁ ଧନ୍ୟବାଦ କରୁଛୁ ଆଉ ତାଙ୍କୁ ସମର୍ଥନ ଜଣାଉଛୁ । ସିବଲ କହିଛନ୍ତିକି ସେ ମେ ୧୬ ତାରିଖରେ କଂଗ୍ରେସରୁ ବିଦାୟ ନେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ” ସେମାନେ ବିପକ୍ଷରେ ରହି ଏକ ଗଠବନ୍ଧତା କରିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତିକି ୨୦୨୪ରେ ଏମିତି ଏକ ମାହୋଲ ତିଆରି ହେଉ ଯାହାଦ୍ୱାରା ମୋଦି ସରକାରରେ ଯାହା ବି ଦୋଷ ତ୍ରୁଟି ଥିବ ତାହାକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚା ଯାଇପାରିବ । ଆଉ କହିଛନ୍ତିକି ଏନେଇ ନିଜ ତରଫରୁ ସେ ସମ୍ପୂର୍ଣ୍ଣ ରୂପେ ଚେଷ୍ଟା କରିବେ ।”

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago