ଡିସେମ୍ବରରେ ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ଦେଲେ କପୁର ପରିବାର
ଡିସେମ୍ବର ୧୪ ତାରିଖରେ ପାଳିତ ହେବାକୁ ଯାଉଛି ଚଳଚିତ୍ର ନିର୍ମାତା ତଥା ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ପିଭିଆର ଆଇନକ୍ସ ଲିମିଟେଡ ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରଜବକୁ ଯାଉଛି । ଡିସେମ୍ବର ୧୩ ତାରିଖ ରୁ ୧୫ ତାରିଖ ମଧ୍ୟରେ ୩୪ଟି ସହରର ୧୦୧ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ରାଜ କପୁରଙ୍କ ସିନେମା ପାଇଁ ଉତ୍ସର୍ଗୀକୃତ ହେବ । ‘ଆଓ୍ୱାରା’, ‘ଶ୍ରୀ’, ‘ସଙ୍ଗମ’, ‘ମେରା ନାମ ଜୋକର’ ପରି ଅନେକ ଫିଲ୍ମ ଏହି ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି ।
ଏଥିପାଇଁ ଆଜି ରାଜ କପୁରଙ୍କ ପରିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଏହି ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ରଣବୀର କପୁର, ଆଲିଆ ଭଟ୍ଟ, ନୀତୁ ସିଂ , ରିଦ୍ଧିମା କପୁର ସାହାନି, କରୀନା କପୁର ଖାନ, ସୈଫ ଅଲ୍ଲି ଖାନ୍ଙ୍କ ସମେତ କପୁର ପରିବାରର ଅନେକ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇ ତାଙ୍କ ସହ ଏକ ଗ୍ରୁପ୍ ଫୋଟ ମଧ୍ୟ ଉଠାଇଛନ୍ତି । ଯାହାକୁ ପରେ, କରୀନା ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ପିଏମ୍ ମୋଦୀ କରୀନାଙ୍କ ପୁଅ ତାଏମୁର ଏବଂ ଜାହାଙ୍ଗିରଙ୍କ ପାଇଁ ଏକ ଅଟୋଗ୍ରାଫ୍ ସାଇନ୍ କରୁଥିବା ନଜର ଆସିଛନ୍ତି ।