ଖୁସି ଖବର: କରୋନା ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେଲା କାରଗିଲ

କେନ୍ଦ୍ର ଶାସିତ ଅଂଚଳ ଲଦାଖର କାର୍ଗିଲ କରୋନା ଫ୍ରି ଜିଲ୍ଲା ଭାବେ ଘୋଷିତ ହୋଇଛି । ଲଦାଖର ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା କମିଶିନର ରିଗଜିନ ସଂପେଲ ଏବାବଦରେ ସୂଚନା ଦେଇଛନ୍ତି । ଜିଲ୍ଲାର କୋଭିଡ-19 ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ଜଣ କରୋନା ରୋଗୀ ଫେରିବା ପରେ ଏହି ଜିଲ୍ଲା କରୋନା ଫ୍ରି ଜିଲ୍ଲା ଭାବେ ଘୋଷିତ କରାଯାଇଛି | ଏହି ଦୁହିଁଙ୍କ ଭିତରେ ଜଣେ ୨ ବର୍ଷର ଶିଶୁ ମଧ୍ୟ ଥିଲା । କହିରଖିବା ଉଚିତ ହେବକି, ପୂର୍ବରୁ ୬ ଜଣ କରୋନା ଭାଇରସ ସଂଦିଗ୍ଧଙ୍କୁ ଚିକିତ୍ସା ପରେ ଡିସ୍ଚାର୍ଜ କରାଯାଇଥିଲା । କହିରଖିବା ଉଚିତ ହେବକି ପୂର୍ବରୁ ଉତ୍ତର- ପୂର୍ବ ଅଂଚଳର ୪ଟି ରାଜ୍ୟ କରୋନା ଫ୍ରି ରାଜ୍ୟ ଭାବେ ଘୋଷିତ ହୋଇଥିଲା ।

ଦେଶରେ ଦିନକୁ ଦିନ କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ଏଯାବତ ୨୭୦୦ ଟପିଗଲାଣି । ଯେବେକି ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୮୬,୦୦୦ ରେ ପହଁଚିଛି । କେବଳ ମହାରାଷ୍ଟ୍ର ରାଜ୍ୟରେ ହିଁ ୨୯ ହଜାର ୧୦୦ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଲାଣି । ତାମିଲନାଡୁ ରାଜ୍ୟ ବି ଆକ୍ରାନ୍ତଙ୍କ ସଂଖ୍ୟାରେ ୧୦ ହଜାରେ ପାର କରିଛି । ସେହିପରି ଗୁଜରାଟରେ ୯ ହଜାର ୯୩୧ ଆକ୍ରାନ୍ତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.