କାର୍ଗିଲ ବିଜୟ ଦିବସ; କାର୍ଗିଲ ୱାର ମେମୋରିଆଲରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ମନେପକାଉଛି ଦେଶ। ୧୯୯୯ରେ ଭାରତର ସଶସ୍ତ୍ର ବାହିନୀ କାର୍ଗିଲରେ ପାକିସ୍ତାନ ସେନା ସହ ଲଢି ବିଜୟ ହାସଲ କରିଥିଲା। ଅପରେସନ ବିଜୟରେ ଅଂଶ ଗ୍ରହଣ କରିଥିବା ଯବାନମାନଙ୍କ ଆତ୍ମସମ୍ମାନ ଓ ଶୌର୍ଯ୍ୟକୁ ମନେ ପକାଇବାକୁ ସେବେଠାରୁ ଏହି ଦିନକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

kargil vijay diwas

ଆତ୍ମବଳି ଦେଇଥିବା ଯବାନମାନଙ୍କ ସାହସିକତା ଭାରତୀୟମାନଙ୍କୁ ପ୍ରତ୍ୟେକ ଦିନ ପ୍ରେରିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ କରି କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ଵିଟ କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଦିଲ୍ଲୀ ସ୍ଥିତ ନ୍ୟାସନାଲ ଓ୍ଵାର ମେମୋରିୟାଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.