କର୍ଣ୍ଣାଟକ: ବିଧାନ ପରିଷଦରେ କଂଗ୍ରେସ ନେତା ଅଶ୍ଳୀଳ ଭିଡିଓ ଦେଖୁଥିବା ଅଭିଯୋଗ, ନିଲମ୍ବନ ଦାବି କଲା ବିଜେପି

କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତିରେ କଂଗ୍ରେସ ନେତା ଏବଂ ଏମଏଲସି ପ୍ରକାଶ ରାଠୋର ଏବେ ଚର୍ଚ୍ଚାରେ। କଂଗ୍ରେସ ନେତା ଜଣକ ସଦନରେ ବସିଥିବା ସମୟରେ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ କ୍ଲିପ ଦେଖୁଥିବାର ଭିଡିଓ ଭାଇରଲ ହୋଇଛି। ଯାହା ସଦନର ଗରିମାକୁ କ୍ଷୂର୍ଣ୍ଣ କରିଛି। ଏମିତିରେ ତାଙ୍କୁ ଦଳରୁ ଇସ୍ତଫା ସହିତ ନିଲମ୍ବିତ କରିବା ପାଇଁ ବିଜେପି ଦାବି କରିଛି।

ସୂଚନା ମୁତାବକ, କର୍ଣ୍ଣାଟକର କଂଗ୍ରେସ ନେତା ପ୍ରକାଶ ରାଠୋରଙ୍କର ଏକ ଭିଡିଓ କ୍ଲିପ ଭାଇରଲ ହୋଇଛି। ଭିଡିଓରେ ସେ ସଦନ ଭିତରେ ବସିଥିବା ବେଳେ ଫୋନ ଷ୍ଟୋରେଜ କ୍ଲିଅର କରୁଥିବା ନଜର ଆସିଛନ୍ତି। ଏହି ସମୟରେ ଫୋନରେ ତାଙ୍କର ଅଶ୍ଳୀଳ ଭିଡିଓ କ୍ଲିପ ମଧ୍ୟ ଦେଖିବାକୁ ଆସିଛି। କିନ୍ତୁ ସେ ଏହି କ୍ଲିପ ଖୋଲି ଦେଖିନାହାନ୍ତି। ଏମିତି କରିବା ସମୟରେ କଂଗ୍ରେସ ନେତାଙ୍କ ଭିଡିଓ କ୍ଲିପ ସ୍ଥାନୀୟ ଚ୍ଯାନେଲରେ ପ୍ରସାରିତ ହୋଇଯାଇଛି। ଏହି କ୍ଲିପ ଭାଇରଲ ହେବା ପରେ କଂଗ୍ରେସ ନେତା କହିଛନ୍ତି କି, ତାଙ୍କ ଫୋନର ଷ୍ଟୋରେଜ ଭର୍ତ୍ତି ହୋଇଯାଇଥିଲା ଏବଂ ତାଙ୍କୁ ଏକ ଫାଇଲ ଡାଉନଲୋଡ କରିବାର ଥିଲା। ଫୋନରେ ସ୍ପେସ ନଥିବା ଯୋଗୁଁ ଫାଇଲ ଡାଉନଲୋଡ କରିପାରିନଥିଲେ।

ଏମିତି ଭିଡିଓ ଭାଇରଲ ପରେ କଂଗ୍ରେସ ନେତା ଜଣକଙ୍କ ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି, ଦୟାକରି ସମସ୍ତେ ସତ୍ଯ ଦେଖି ପଦକ୍ଷେପ ନିଅନ୍ତୁ। ସେ ବିଧାନ ପରିଷଦର ଏକ ପ୍ରଶ୍ନପତ୍ର ଡାଉନଲୋଡ କରିବା ପାଇଁ ମୋବାଇଲ ବ୍ଯବହାର କରୁଥିଲେ ବୋଲି ମଧ୍ୟ କହିଛନ୍ତି। କିନ୍ତୁ ବିଜେପି ପକ୍ଷରୁ ଏହାକୁ ନେଇ ଅଧିକ ମାର୍ଜିତ କରାଯାଉଛି ଏବଂ ଇସ୍ତଫା ଏବଂ ନିଲମ୍ବନ ଦାବି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.