କ୍ୟାନ୍ସର ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ପୋଲିସ କର୍ମଚାରୀ, ଦୀର୍ଘ ୯୬୦ କିମି ରାସ୍ତା ସ୍କୁଟି ଚଲାଇ ପହଞ୍ଚାଇଲେ ଔଷଧ

କରୋନା ମହାମାରୀ କାରଣରୁ ତ ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରାଯାଇଛି । ଏହି କାରଣରୁ ଅଧିକାଂଶ ଗମ୍ଭୀର ରୋଗରେ ପୀଡିତ ରୋଗୀଙ୍କ ଖାଦ୍ୟ ଓ ନିୟମିତ ଔଷଧ ଗ୍ରହଣରେ ସମସ୍ୟା ଦେଖାଦେଇଛି । ଏହି ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ କରୋନା ଯୋଦ୍ଧା ମାନେ ଖରା, ବର୍ଷା ଖାତିର ନକରି ନିଜ ଜୀବନକୁ ପାଣି ଛଡାଇ ଲାଗି ପଡିଛନ୍ତି । ଅସୁବିଧା ସମୟରେ ଏହି ଯୋଦ୍ଧା ମାନେ ଲୋକଙ୍କ ନିକଟରେ ଦେବଦୂତ ହୋଇ ଛିଡା ହେଉଛନ୍ତି । କର୍ଣ୍ଣାଟକର ଏପରି ଏକ ଘଟଣା ସାମ୍ନାକୁ ଆସିଛି ।
ପ୍ରକୃତରେ କର୍ଣ୍ଣାଟକର ଧାରବାଡ଼ ଠାରେ ରହୁଥିବା ଉମେଶ ମାରାତ୍ମକ କ୍ୟାନ୍ସର ରୋଗରେ ପୀଡିତ ।

scooty man

କିଛି ଦିନ ହେବ ତାଙ୍କ ଔଷଧ ସରି ଯାଇଥିଲା । ସେ ବ୍ୟବହାର କରୁଥିବା ଔଷଧ କେବଳ ମାତ୍ର ବେଙ୍ଗାଳୁରୁ ଠାରେ ହିଁ ମିଳିଥାଏ । ଲକ ଦଉନ କାରଣରୁ ସେ ବାଙ୍ଗାଲୋର ଯାଇ ଔଷଧ ଆଣିବା ସମ୍ଭବ ହୋଇନଥିଲା । ଏଭିତରେ କର୍ଣ୍ଣାଟକ ପୋଲିସର ଜଣେ ପୋଲିସ କର୍ମଚାରୀ ଦୀର୍ଘ ୯୬୦ କିଲୋମିଟର ସ୍କୁଟି ଚଳାଇ ବ୍ୟକ୍ତିଙ୍କ ନିକଟରେ ଔଷଧ ପହଞ୍ଚାଇଛନ୍ତି । ଗତ ଏପ୍ରିଲ ୧୦ ତାରିଖ ବେଙ୍ଗାଳୁରୁ ପୋଲିସର ୪୭ ବର୍ଷୀୟ ହେଡ଼ କନେଷ୍ଟେବଳ ଏସ କୁମାରସ୍ୱାମୀ ଏକ ସ୍ଥାନୀୟ ସମାଚାର ଚ୍ୟାନେଲରେ ଉପସ୍ଥାପିକା ଓ ଧାରବାଡ଼ ନିବାସୀ ଉମେଶଙ୍କ ବାର୍ତ୍ତାଳାପ ଶୁଣିଥିଲେ | ଏହି କଥାବାର୍ତ୍ତା ସମୟରେ ଉମେଶ କହିଥିଲେକି କୌଣସି ମତେ ରବିବାର ସୁଦ୍ଧା ସେ ଔଷଧ ଖାଇବା ନିହାତି ଆବଶ୍ୟକ ।

ଏହା ଶୁଣି କୁମାରସ୍ବାମୀ ରୋଗୀଙ୍କ ନିକଟରେ କୌଣସି ମତେ ଔଷଧ ପହଂଚାଇବା ପାଇଁ ସ୍ଥିର କରିଥିଲେ । ଆଉ ପର ଦିନ ନିଜ ସିଫ୍ଟ ଶେଷ କରି ନ୍ୟୁଜ ଚ୍ୟାନେଲ ଅଫିସରେ ପହଂଚି ସେଠାରୁ ଉମେଶଙ୍କ ନମ୍ବର ନେଇ ଯୋଗାଯୋଗ କରିଥିଲେ । ଆଉ ଏସିପିଙ୍କ ଠାରୁ ଅନୁମତି ନେଇ ଶନିବାର ଭୋର ୪ ଟା ସମୟରେ ଧାରବାଡ଼ ଅଭିମୁଖେ ବାହାରି ସେଠାରେ ଦିନ ୨.୩୦ମିନିଟ ସମୟରେ ପହଂଚିଥିଲେ । କେବଳ ପାଣି ଓ ବିସ୍କୁଟ ସାହାଯ୍ୟରେ ହିଁ କୁମାରସ୍ବାମୀ ୧୦ ଘଂଟାର ଲମ୍ବା ଯାତ୍ରା ଶେଷ କରିଥିଲେ । ପରେ ରୋଗୀଙ୍କ ହାତରେ ଔଷଧ ଦେଇ ନିଜ ସ୍ଥାନକୁ ଫେରି ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.