କର୍ଣ୍ଣାଟକରେ ଚାଲିଛି ଭୋଟ୍ ଗ୍ରହଣ : ୨୨୪ ଆସନ ପାଇଁ ଗୋଟିଏ ପର୍ଯାୟରେ ମତଦାନ
କର୍ଣ୍ଣାଟକରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।ସକାଳ ୭ଟାରେ ଭୋଟ୍ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ନିର୍ବାଚନ ମଇଦାନରେ ଅଛନ୍ତି ମୋଟ୍ ୨ହଜାର ୬୧୫ ଜଣ ପ୍ରାର୍ଥୀ । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି ।
ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଭୋଟ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରେ ଭୋଟ୍ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ନିର୍ବାଚନ ମଇଦାନରେ ଅଛନ୍ତି ମୋଟ୍ ୨ହଜାର ୬୧୫ ଜଣ ପ୍ରାର୍ଥୀ । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁୁଛି । ଆମ୍ ଆଦମୀ ପାର୍ଟି ମଧ୍ୟ ୨୦୯ ଆସନରେ ପ୍ରାର୍ଥୀ ଦେଇଛି ।
ରାଜ୍ୟରେ ମୋଟ ୫ କୋଟି ୩୧ଲକ୍ଷ ୩୩ ହଜାର ୫୪ ଜଣ ଭୋଟର ଅଛନ୍ତି । ଭୋଟରଙ୍କ ମଧ୍ୟରେ ୨କୋଟି ୬୭ଲକ୍ଷ ୨୮ ହଜାର ୫୩ ଜଣ ପୁରୁଷ ଭୋଟର ଓ ୨ କୋଟି ୬୪ହଜାର ୭୪ ଜଣ ମହିଳା ଭୋଟର ଅଛନ୍ତି। ୧୧,୭୧,୫୫୮ ଜଣ ଯୁବ ଭୋଟର ଅଛନ୍ତି । ରାଜ୍ୟବ୍ୟାପୀ ୫୮ ହଜାର ୫୪୫ ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି । କର୍ଣ୍ଣାଟକରେ କୈଣସି ରାଜନେତିକ ଦଳ ଲଗାାରତ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି । ବିଜେପି ଏହି ରେକର୍ଡ ଭାଙ୍ଗିବାର ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ସବୁ ଚେଷ୍ଟା କରିଛି । ଅନ୍ୟପକ୍ଷରେ ଜେଡିଏସ୍ କିଙ୍ଗମେକର ହେବାକୁ ଚାହୁଛି ।