ସାଧାରଣ ସଭାରେ କାନ୍ଦି ପକାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

ଝାଡଖଣ୍ଡ: ମେଣ୍ଟ ସରକାରରେ ରୁନ୍ଧି ହୋଇ ଗଲେଣି। ବହୁ କଷ୍ଟ ସହିବାକୁ ପଡୁଛି। ମହାଦେବଙ୍କ ପରି ବିଷ ପିଇବାକୁ ପଡୁଛି। କୋହ ସମ୍ଭାଳି ନପାରି ଏକ ସାଧାରଣ ସଭାରେ ଏକଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ। ସେ କାନ୍ଦି ବି ପକାଇଥିଲେ। କୁମାରସ୍ୱାମୀ କହିଛନ୍ତି, ଭଗବାନ ତାଙ୍କୁ କର୍ଣ୍ଣାଟକର ଶାସନ କ୍ଷମତା ଦେଇଛନ୍ତି।

ତେବେ କେତେଦିନ ସେ ମୁଖ୍ୟମନ୍ତ୍ରୀ ଗାଦିରେ ରହିବେ, ସେକଥା ଭଗବାନ ହିଁ ଜାଣିଥିବେ। ନିର୍ବାଚନ ବେଳେ ଓ ଫଳାଫଳ ପରେ ଦଳୀୟ କର୍ମକର୍ତ୍ତା ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିଲେ। ତେବେ ବର୍ତ୍ତମାନ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଚୌକିରେ ବସି ଜମାରୁ ଖୁସି ନଥିବା କୁମାରସ୍ୱାମୀ କହିଛନ୍ତି।

କୁହାଯାଉଛି, ନିକଟରେ ରାସ୍ତାଘାଟ ଓ ଋଣ ଛାଡ ପ୍ରସଙ୍ଗରେ କୁମାରସ୍ୱାମୀଙ୍କ ସମ୍ପର୍କରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଲେଖାଥିଲା କୁମାରସ୍ୱାମୀ ମୋର ମୁଖ୍ୟମନ୍ତ୍ରୀ ନୁହନ୍ତି। ଏହାପରେ କୁମାରସ୍ୱାମୀ ଏଭଳି ଭାବାବେଗପୂର୍ଣ୍ଣ ଭାଷଣ ଦେଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.